ମୁଖ୍ୟ ଖବର

ଗୋଟିଏ ରାତିରେ ୩ ମନ୍ଦିରରୁ ଚୋରି  ପୁଣି ଚୋରି ହୋଇଗଲା ପ୍ରସିଦ୍ଧ କନକ ଦୁର୍ଗାଙ୍କ ଅଷ୍ଟଧାତୁ ମୂର୍ତ୍ତି

By Angul TV Bureau

September 03, 2025

ଅନୁଗୁଳ: ବଅଁରପାଳ ଥାନା ଅନ୍ତର୍ଗତ ତଳମୂଳ ଗାଁର ପ୍ରସିଦ୍ଧ ଦୁର୍ଗାମାଧବ ମନ୍ଦିର ସହ ଅନ୍ୟ ଦୁଇ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି।

ସୂଚନା ଯେ, ଗତ ରାତିରେ ତଳମୂଳ ଗାଁର ପ୍ରାଚୀନ ଦୁର୍ଗାମାଧବ ମନ୍ଦିର ସହ ଭୋଳେଶ୍ବର ଓ ଜଗନ୍ନାଥ ମନ୍ଦିରରୁ କେହି ଦୁର୍ବୁତ୍ତ ମୂଲ୍ୟବାନ ସାମଗ୍ରୀ ସହ ଅଳଙ୍କାର ଚୋରି କରିନେଇଥିବା ଜଣାପଡିଛି। ଦୁର୍ଗା ମାଧବ ମନ୍ଦିର ପରିସରରେ ଥିବା କିଛି ପ୍ରାଚୀନ ମୂର୍ତ୍ତି ସହ ମୁଲ୍ୟବାନ ଅଳଙ୍କାର ଚୋରି ହୋଇଛି। ଏଥି ସହ ଜଗନ୍ନାଥ ମନ୍ଦିରରୁ ଅଳଙ୍କାର ପିତଳ ବାସନ ଚୋରି ହୋଇଥିବା ବେଳେ ଭୋଳେଶ୍ବର ମନ୍ଦିରରେ ପୂଜା ପାଉଥିବା “କନକ ଦୁର୍ଗା”ଙ୍କର ଅଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଥିବା ଅଭିଯୋଗ ହୋଇଛି। ପୂର୍ବରୁ ମା’ କନକ ଦୁର୍ଗାଙ୍କର ଏହି ଅଷ୍ଟଧାତୁ ମୂର୍ତ୍ତି ଅନେକ ଥର ଚୋରି ହୋଇଥିବା ବେଳେ ପରବର୍ତୀ ସମୟରେ ପୁଣି ମିଳିଥିଲେ।

ଗତ ଦୁଇବର୍ଷ ତଳେ ଏପରି ଘଟଣା ଘଟିଥିବା ବେଳେ ଅନେକ ପୂଜାପାଠ ପରେ ଲୋକଙ୍କ ବିଶ୍ୱାସ ଯେ ମା ଫେରି ଆସିଥିଲେ।