ଘଟଣା ଓ ଦୁର୍ଘଟଣା

ଗ୍ରୀଲ ଭାଙ୍ଗି ଘରେ କଳା କନା ବୁଲାଇଲେ ଚୋର, ଲୁଟିନେଲେ ୬୦ ହଜାର ଟଙ୍କା ସହ ଲକ୍ଷାଧିକ ମୂଲ୍ୟର ସୁନାଗହଣା

By Angul TV Bureau

June 10, 2022

ଅନୁଗୁଳ: ସହରରେ ଦିନକୁ ଦିନ ଲୁଟେରାଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ଆଜି ଅନୁଗୁଳ ଉପକଣ୍ଠ ଗୀତାଗ୍ରାମରେ କେହି ନ ଥିବାର ସୁଯୋଗ ନେଇ ଲୁଟେରା ମାନେ ଗ୍ରୀଲ ତାଡ଼ି ଜଣଙ୍କ ଘରେ କଳା କନା ବୁଲାଇ ଦେଇଛନ୍ତି।

ସୂଚନା ମୁତାବକ, ଗୀତାଗ୍ରାମର ଶାଶ୍ଵତ କୁମାର ଦାସଙ୍କ ପରିବାର ଆଜି ଅପରାହ୍ନ ଚାରିଟା ବେଳେ ତାଳଚେରସ୍ଥିତ ଭାଇ ଘରକୁ ଯାଇଥିଲେ। ସେମାନେ ଯିବା ବେଳେ ଘର ଭିତର ଓ ବାହାର ଗେଟକୁ ତାଲା ପକାଇଥିଲେ। କିନ୍ତୁ ସନ୍ଧ୍ୟାରେ ଫେରିବା ବେଳକୁ ଘରର ମୁଖ୍ୟ ଗ୍ରୀଲ ଓ ଭିତର କବାଟ ଖୋଲା ଥିଲା। ଘର ଭିତରକୁ ଯାଇ ଦେଖିବା ବେଳକୁ ଆଲମାରୀ ଭଙ୍ଗା ଯାଇଥିବା ବେଳେ ସେଥିରେ ଥିବା ନଗଦ ୬୦ ହଜାର ଟଙ୍କା ଓ ଲକ୍ଷାଧିକ ଟଙ୍କା ଚୋରି ହୋଇଯାଇଥିଲା। ଏ ନେଇ ସେ ଅନୁଗୁଳ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।