ଘଟଣା ଓ ଦୁର୍ଘଟଣା

ଘର ତାଲାଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି

By Swagatika Samantray

December 17, 2022

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଲାରୀ ଗାଁ ରାମେଶ୍ବର ସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ଘର ତାଲାଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି ହୋଇଛି। ସୂଚନା ଯେ, ଗାଁର ସୁଜିତ କୁମାର ଦାଶ ସପରିବାର ତାଙ୍କ ପୈତୃକ ଗାଁକୁ ଶୁକ୍ରବାର ସକାଳେ ଯାଇଥିଲେ। ଶନିବାର ସନ୍ଧ୍ୟାରେ ଫେରି ଦେଖିଲା ବେଳକୁ ଘର ତାଲା ଭଙ୍ଗା ଯାଇଛି। ଘରେ ଆଲମୀରାରେ ଥିବା ୪୫ ହଜାର ଟଙ୍କା, ସୁନା ଚୁଡ଼ି, କାନ ଫୁଲ ଓ ଦେଢ଼ କିଲୋ ଓଜନର ରୁପା ଚୋରି ହୋଇଛି। ଏ ନେଇ ଶ୍ରୀ ଦାଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।