ଘଟଣା ଓ ଦୁର୍ଘଟଣା

ତାଲା ଭାଙ୍ଗି ଦୋକାନରୁ ଚୋରି

By Sanjeeb Biswal

September 08, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ବରପଦା ଗାଁର ଏକ ଦୋକାନର ତାଲା ଭାଙ୍ଗି ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଗାଁ ଛକରେ ରୁଷଭ ସାହୁଙ୍କ ଏକ ଗ୍ରୋସେରୀ ଦୋକାନ ଅଛି। ରାତି ୮ଟାରେ ଦୋକନ ବନ୍ଦକରି ସେ ଘରକୁ ଫେରିଥିଲେ। ମଙ୍ଗଳବାର ସକାଳେ ଦେଖିଲା ବେଳକୁ ଦୋକାନର ତାଲାଭାଙ୍ଗି ବିଭିନ୍ନ ଜିନିଷ ଓ କିଛି ଟଙ୍କା ଚୋରି ହୋଇଥିବା ଜାଣିବାକୁ ପାଇଲେ। ଏ ନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।