ଘଟଣା ଓ ଦୁର୍ଘଟଣା

ତାଲା ଭାଙ୍ଗି କେରଜାଙ୍ଗ ଅଙ୍ଗନବାଡି କେନ୍ଦ୍ରରୁ ୫୦ ହଜାରରୁ ଅଧିକ ଟଙ୍କାର ଜିନିଷ ଲୁଟ୍

By Sanjeeb Biswal

October 17, 2023

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା ପାଟକମୁଣ୍ଡା ପଞ୍ଚାୟତ କେରଜାଙ୍ଗ ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ରରୁ ୫୦ ହଜାରରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ, କେରଜାଙ୍ଗ ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ରରୁ ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ତାଲା ଭାଙ୍ଗି ଏକ ଏଲଇଡି ଟିଭି, ବ୍ୟାଟେରୀ ଓ ପେନଡ୍ରାଇଭ ନେଇ ଯାଇଛନ୍ତି। ସକାଳେ ଅଙ୍ଗନବାଡି କର୍ମୀ ଚୋରି ହୋଇଥିବା ଦେଖିବା ପରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ସହିତ ବାଗଡ଼ିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ଵିକ ସ୍ଥିତିକୁ ଅନୁଧ୍ୟାନ କରି ଘଟଣାର ତଦନ୍ତ ଆରମ୍ଭ କରିଛି।