ଘଟଣା ଓ ଦୁର୍ଘଟଣା

ଅନୁଗୁଳ ପୁରୁଣା ମେଡିକାଲ କଲୋନିରୁ ଚୋରି

By Biswaranjan Pattnaik

November 10, 2021

ଅନୁଗୁଳ: ବୁଧବାର ଦିନବେଳା ଅନୁଗୁଳ ମେଡିକାଲ ପୁରୁଣା କଲୋନୀରେ ଚୋରି ଅଭିଯୋଗ ହୋଇଛି। ଚର୍ମରୋଗ ବିଶେଷଜ୍ଞ ଡ଼ା ବିଶ୍ୱଜିତ ସାମଲଙ୍କ ପୁରୁଣା କ୍ୱାର୍ଟରରୁ ଚୋରମାନେ ପଙ୍ଖା,ଲାଇଟ,ସାୱାର,ଟ୍ୟାପ୍ ଆଦି ଚୋରି କରିଥିବା ଜଣାପଡିଛି। ନିକଟରେ ଆଇସିୟୁ କୋଠାରୁ ବିଦ୍ୟୁତ ଉପକରଣ ଚୋରି ହେବା ନେଇ ଅଭିଯୋଗ ହୋଇଥିଲା।ଏଥିନେଇ ଏଡିଏମଓ ଡ଼ା ମାନସ ରଞ୍ଜନ ବିଶ୍ୱାଳଂକୁ ଯୋଗାଯୋଗ କରିବାରୁ ସେ ଛୁଟିରେ ଅଛନ୍ତି ଏବଂ ଏତଲା ଦେବା ନିମନ୍ତେ ମ୍ୟାନେଜରଙ୍କୁ ଜଣାଇବେ ବୋଲି କହିଥିଲେ। ଅନୁଗୁଳ ମେଡିକାଲରେ ନିରାପତ୍ତା ବ୍ୟବସ୍ଥା ଠିକ ଠାକ ନଥିବାରୁ ଦଲାଲ ମାନେ ରୋଗୀଙ୍କୁ ହଇରାଣ କରିବାସହ ବାରମ୍ବାର ଚୋରି ହେଉଥିବା ଅଭିଯୋଗ ହେଉଛି ।