ଅନୁଗୁଳ: ଅନୁଗୁଳ ସହରରେ ଦିନକୁ ଦିନ ଚୋରି,ରାହାଜାନୀ ବୃଦ୍ଧି ପାଇବାରେ ଲାଗିଛି। ଗତ ସପ୍ତାହରେ ଅମଲାପଡ଼ାରୁ ଚୋରି ହୋଇଥିବାବେଳେ ୩ ଦିନ ତଳେ ମୈତ୍ରୀ ନଗରରୁ ବାଇକ୍ ଚୋରି ହୋଇଥିଲା। ପୁଣି ବୁଧବାର ବିଳମ୍ବିତ ରାତିରେ ଅନୁଗୁଳ ବିଇଡି କଲେଜ ଛକ ନିକଟରେ ଥିବା ବିଡିଓଙ୍କ ସରକାରୀ ବାସଭବନ ତାଲା ଭାଙ୍ଗି ଚୋରି ହୋଇଛି। ଏ ନେଇ ବିଡିଓ ସନ୍ଧ୍ୟାଞ୍ଜଳୀ ମାଝୀ ଗୁରୁବାର ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗରେ ଦର୍ଶାଇଛନ୍ତି ମୁତାବକ, ତାଙ୍କ ବାସଭବନର ତାଲା ଭାଙ୍ଗି ଟିଭି, ଲାପଟପ୍, ହାତଘଣ୍ଟା ଓ ୧ ହଜାର ଟଙ୍କା ଚୋରି ହୋଇଛି। ଏଥିସହ ପାଖରେ ଥିବା ପୁରୁଣା ବାସଭବନ ମଧ୍ୟ ଭଙ୍ଗାଯାଇ କିଛି ଜିନିଷ ଚୋରି ହୋଇଛି। ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।