ଘଟଣା ଓ ଦୁର୍ଘଟଣା

ଜନସେବା କେନ୍ଦ୍ରରୁ ତାଲା ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ, ଥାନାରେ ଅଭିଯୋଗ କଲେ ମାଲିକ

By Angul TV Bureau

May 10, 2023

କଣିହାଁ : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା କୁଲେଇ ଠାରେ ଥିବା ଜନସେବା କେନ୍ଦ୍ରର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ସବୁ ଚୋରି କରି ନେଇଛନ୍ତି।

ମଙ୍ଗଳବାର ରାତିରେ ଚୋରି ହୋଇଥିବା ନେଇ ଜନସେବା କେନ୍ଦ୍ରର ମାଲିକ ଶିଶିର ସାମଲ(୩୫) ବୁଧବାର ଥାନାରେ ଅଭିଯୋଗ କରିଥିଲେ। ଶିଶିରଙ୍କ ଅଭିଯୋଗ ମୁତାବକ, ଗତକାଲି ବିଳମ୍ବିତ ରାତିରେ ଚୋରମାନେ ଗ୍ରୀଲ ତାଲା ଭାଙ୍ଗି ଜନସେବା କେନ୍ଦ୍ରରେ ପଶିଥିଲେ। ସେମାନେ କେନ୍ଦ୍ରରେ ବ୍ୟବହୃତ କମ୍ପ୍ୟୁଟର, କଲର ପ୍ରିଣ୍ଟର ସହ ଅନ୍ୟାନ୍ୟ ସାମଗ୍ରୀ ଓ କ୍ୟାସ୍ ଡ୍ର ରୁ ୩ହଜାର ଟଙ୍କା ନେଇଯାଇଛନ୍ତି। ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।