ଘଟଣା ଓ ଦୁର୍ଘଟଣା

ସାତ ଟଙ୍କା ଚୋରି କରି ସତୁରି ପାହାର ଖାଇଲା ଚୋର

By Biswaranjan Pattnaik

October 30, 2024

ଅନୁଗୁଳ: ଆଜି ସକାଳ ପ୍ରାୟ ସାତ ଟା ସମୟରେ ଅନୁଗୁଳ ସଂଜୀବନୀ ମାର୍କେଟ ଲକ୍ଷ୍ମୀ ମନ୍ଦିରରୁ ଚୋରି କରି ଚୋର ଜଣକ ନିର୍ଦ୍ଧୁମ ଛେଚା ଖାଇଥିବା ଜଣାପଡିଛି।

ଘଟଣାଟି ହେଲା ପ୍ରତିଦିନ ଲକ୍ଷ୍ମୀ ମନ୍ଦିରରେ ସକାଳ ଧୂପ ଲାଗି ବେଳେ ପରଦା ପକାଇ ଦିଆଯାଏ।ତେବେ ସେତେବେଳେ ଦକ୍ଷିଣା ଥାଳି ଟି ପରଦା ବାହାରେ ଥାଏ। ଏକଥାକୁ ଲକ୍ଷ୍ୟ କରିଥିଲା ଜଣେ ଯାଯାବର ସମ୍ପ୍ରଦାୟର ଯୁବକ ସେ ନୀତି ଆସି ସକାଳୁ ଦକ୍ଷିଣା ଟି ଚୁପ୍ କରି ଧରି ପଳାଏ। ଚୋର ଘର ସବୁଦିନ ଅନ୍ଧାର ନଥାଏ।

ଆଜି ସକାଳେ ଯୁବକ ଜଣକ ଟଙ୍କା ନେଉଥିବା ବେଳେ ମନ୍ଦିର ପୂଜକ ତାକୁ ମାଡି ବସିଲେ। ପାଟି ତୁଣ୍ଡ ଶୁଣି ପବ୍ଲିକ ଆସି ଚୋରକୁ ନିର୍ଦ୍ଧୁମ ଛେଚିଲେ। ଆଜି ଚୋର ହାତରୁ ସାତ ଟଙ୍କା ବାହାରିଲା। ମାଡ଼ ଦେଇ ଲୋକେ ଚୋରକୁ ବିଦା କରିଦେଲେ।ଲୋକେ କହୁଥିଲେ ବିଚରା ସାତ ଟଙ୍କା ଚୋରି କରି ସତୁରି ପାହାର ଖାଇଲା ସିନା।