ଘଟଣା ଓ ଦୁର୍ଘଟଣା

ତାଳଚେର ଲିଙ୍ଗରାଜ ଖଣିରୁ କୋଇଲା ଚୋରି, ୩ ଟ୍ରକ ଓ ୧ ଜେସିବି ଜବତ

By Angul TV Bureau

September 09, 2022

ତାଳଚେର: ବେଆଇନ ଭାବେ ଲିଙ୍ଗରାଜ କୋଇଲା ଖଣିରୁ କୋଇଲା ଚୋରି କରୁଥିବା ୩ଟି ଟ୍ରକ ଓ ଗୋଟିଏ ଜେସିବିକୁ ଜବତ କରିଛନ୍ତି ଓଆଇଏସଏଫ୍ କର୍ମଚାରୀ। ଗୁରୁବାର ବିଳମ୍ବିତ ରାତିରେ ତାଳଚେର ଲିଙ୍ଗରାଜ କୋଇଲାଖଣି ସୁରକ୍ଷା ଦାୟିତ୍ୱରେ ଥିବା ଓଆଇଏସ୍‌ଏଫ୍ କର୍ମଚାରୀ ଖଣିର ଲୋକାଲ ସେଲ ପ୍ଲଟରୁ କୋଇଲା ଲୋଡିଂ କରୁଥିବା ସମୟରେ ୩ଟି ଟ୍ରକ ଓ ଗୋଟିଏ ଜେସିବି ମେସିନ ଜବତ କରିଛି।

ଏତେ ସୁରକ୍ଷା ଭିତରେ କିଭଳି ଭାବେ ଟ୍ରକ ଓ ଜେସିବି ଖଣି ଭିତରକୁ ଗଲା ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଏହି ଚୋରିରେ ସମ୍ପୃକ୍ତ ଥିବା ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଲିଙ୍ଗରାଜ ମହାପ୍ରବନ୍ଧକ ଅଧିକାରୀ ଅଜୟ କୁମାର ଦେହୁରୀ କହିଛନ୍ତି। ଖବର ପାଇ ତାଳଚେର ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।