ଘଟଣା ଓ ଦୁର୍ଘଟଣା

ମା’ ପିତାବଳୀଙ୍କ ମନ୍ଦିରରୁ ଚୋରି, ରୂପା ଘୋଡ଼ା ସହ ବହୁ ସାମଗ୍ରୀ ଲୁଟ୍

By Angul TV Bureau

November 24, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା ନାଲକୋ ଥାନା କାଣ୍ଡଶର ଗ୍ରାମସ୍ଥିତ ମା’ ପିତାବଳୀ ଠାକୁରାଣୀଙ୍କ ମନ୍ଦିରରୁ ଚୋରି ହୋଇଛି। ରୂପା ଘୋଡ଼ା, ପିତଳ ବାଲ୍ଟି, ଘଣ୍ଟଘଣ୍ଟି ସମେତ ବିଭିନ୍ନ ଅଳଙ୍କାର ଚୋରି କରି ନେଇଛନ୍ତି ଦୁର୍ବୃତ୍ତ।

ପୂଜକ ଆଜି ସକାଳେ ମନ୍ଦିର ଖୋଲିବା ପରେ ଚୋରି ଘଟଣା ଜଣାପଡ଼ିଥିଲା। ଘଟଣାସ୍ଥଳରୁ ଏକ ଶାବଳ ମଧ୍ୟ ମିଳିଛି। ଏନେଇ ମନ୍ଦିର କମିଟି ପକ୍ଷରୁ ନାଲକୋ ଥାନାରେ ଅଭିଯୋଗ ହୋଇଛି। ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଚୋରି ସାମଗ୍ରୀ ଉଦ୍ଧାର ଓ ଦୁର୍ବୃତ୍ତଙ୍କୁ ଶୀଘ୍ର ଧରିବାକୁ ଦାବି ହୋଇଛି।