ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ମରଣ୍ଡା ଗାଁ ବାବା ସର୍ପେଶ୍ଵର ମନ୍ଦିରରୁ ଚୋରି। ରବିବାର ମନ୍ଦିର ପ୍ରାଙ୍ଗଣରେ ଥିବା ହୁଣ୍ଡି ଭାଙ୍ଗି କେହି ଟଙ୍କା ପଇସା ନେଇଯାଇଛି। ଏଥି ସହ ଚୋର ମନ୍ଦିରର ଡାକବାଜି ଯନ୍ତ୍ରକୁ ମଧ୍ୟ ଚୋରି କରିଛି।
ଆଜି ସକାଳୁ ପୂଜକ ଏବଂ ଗ୍ରାମବାସୀ ଚୋରି ହୋଇଥିବା ଜାଣି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ଅନ୍ୟମାନଙ୍କ ମଧ୍ୟରେ ଲୋକନାଥ ବେହେରା, ରକିତା ବେହେରା, ଛକଡି ସାହୁ, ସଂସାର ବେହେରା, ବିଜୟ ବେହେରା ପ୍ରମୁଖ ଅଭିଯୋଗ କରିଥିବା ଜଣାଯାଇଛି।