ଘଟଣା ଓ ଦୁର୍ଘଟଣା

ଔଷଧ ଦୋକାନରୁ ଚୋରି

By Angul TV Bureau

April 19, 2021

ଅନୁଗୁଳ: ପାଳଲହଡ଼ା ବ୍ଲକ ଖମାର ଡାକ୍ତରଖାନା ସମ୍ମୁଖ ଏକ ଔଷଧ ଦୋକାନରୁ ଚୋରି ହୋଇଛି। କେହି ଦୁର୍ବୃତ୍ତ ଦୋକାନର ଆଜବେଷ୍ଟସ ଭାଙ୍ଗି ଲାପଟପ୍ ସହ ପ୍ରାୟ ୪୫ ହଜାର ଟଙ୍କା ଚୋରି କରିଥିବା ଖମାର ଥାନାରେ ଅଭିଯୋଗ ହୋଇଛି। ପ୍ରାପ୍ତ ସୂଚନା ମୁତାବକ, ଖମାର ଡାକ୍ତରଖାନା ସମ୍ମୁଖରେ ସତ୍ୟ ରଞ୍ଜନ ପ୍ରଧାନଙ୍କ ଏକ ଔଷଧ ଦୋକାନ ରହିଛି ।ଗତ ୧୫ ତାରିଖ ରାତି ସାଢ଼ ୯ଟା ବେଳେ ସତ୍ୟରଞ୍ଜନ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ପରଦିନ ସକାଳୁ ଦୋକାନ ଖୋଲିଲା ବେଳକୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଦୁର୍ବୃତ୍ତ ଦୋକାନ ପଛପାର୍ଶ୍ବରେ ଥିବା ଆଜବେଷ୍ଟସ୍‌କୁ ଭାଙ୍ଗିବା ପରେ ସିଲିଂକୁ ଭାଙ୍ଗିଥିଲେ। ଦୋକାନ ଭିତରେ ପଶିବା ପରେ କ୍ୟାସ୍‌ବକ୍ସରେ ଥିବା ୪୫ ହଜାର ଟଙ୍କା ଓ ଲାପଟପ ଚୋରି କରି ଚମ୍ପଟ ମାରିଥିଲେ। ନିଜ ସ୍ତରରେ ଅନୁସନ୍ଧାନ କରି ବିଫଳ ହେବା ପରେ ସତ୍ୟରଞ୍ଜନ ପୁଲିସ୍‌ର ଦ୍ବାରସ୍ଥ ହୋଇଛନ୍ତି। ତାଙ୍କ ଲିଖିତ ଅଭିଯୋଗ ପରେ ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।