ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ରାମଚଣ୍ଡି ମନ୍ଦିରରୁ ବୁଧବାର ରାତିରେ ଚୋରି ହୋଇଛି। ଏ ନେଇ ମନ୍ଦିର ପରିଚାଳନା କମିଟି ତରଫରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ଯେ, ଗୁରୁବାର ସକାଳେ ମନ୍ଦିର ପୂଜା କରିବାକୁ ଯିବା ବେଳେ ଦେଖାଗଲା ଯେ, ମନ୍ଦିରର ହୁଣ୍ଡି ଭଙ୍ଗାଯାଇଛି। ଏଥିସହ ମନ୍ଦିର ଭିତରେ ଥିବା ଏକ ଆଲମିରା ଭଙ୍ଗାଯାଇଛି। ହୁଣ୍ଡି ଟଙ୍କା ଓ ଆଲମିରାରୁ ସୁନା ଅଳଙ୍କାର ଚୋରି ହୋଇଛି। ଏଥିସହ ମନ୍ଦିରରେ ଲାଗିଥିବା ସିସିଟିଭିର ହାର୍ଡଡିସ୍ ମଧ୍ୟ ଚୋରି ହୋଇଛି। ଅଭିଯୋଗପାଇ ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।