ମୁଖ୍ୟ ଖବର

ଢେଙ୍କାନାଳ ସାଂସଦଙ୍କ ଘରୁ ଚୋରି

By Biswaranjan Pattnaik

February 28, 2021

ଅନୁଗୁଳ: ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ଘରୁ ଚୋରି। ଗୁରୁବାର ରାତିରେ ପାଳଲହଡ଼ା ଥାନା ଇଲାକା ପେଣ୍ଡରାବସା ସ୍ଥିତ ଘରେ ଦୁର୍ବୃତ୍ତ କଳାକନା ବୁଲାଇଛନ୍ତି । ଲୁଟେରା ତାଙ୍କ ଘରୁ ଏଲସିଡି ଟିଭି ସହିତ ବହୁ ମୂଲ୍ୟବାନ ସମ୍ପତ୍ତି ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି । ପୁଲିସ୍ ସୂଚନା ମୁତାବକ, ସାଂସଦ ଶ୍ରୀ ସାହୁଙ୍କର ପେଣ୍ଡରାବସାସ୍ଥିତ ଘରେ ଗୁରୁବାର ରାତିରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତ ଲୁଟପାଟ୍ କରିଛନ୍ତି । ଚୋରି ନେଇ ଶୁକ୍ରବାର ସକାଳେ ଜଣାପଡ଼ିବା ପରେ ସାଂସଦଙ୍କ ପ୍ରତିନିଧି ସଞ୍ଜୀବ ବେହେରା ପାଳଲହଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ୍‌ ଏ ସଂକ୍ରାନ୍ତରେ କେସ ରୁଜୁ କରି ଛାନ୍‌ଭିନ୍ ଚଳାଇଛି । ପାଳଲହଡ଼ା ଥାନା ଇଲାକାରେ ଚୋର ସକ୍ରିୟ ହୋଇଥିବା ବେଳେ ଲୋକଙ୍କ ମଧ୍ୟରେ ଭୟଭୀତ ପରିସ୍ଥିତି ସୃଷ୍ଟି ହୋଇଛି ।