ଘଟଣା ଓ ଦୁର୍ଘଟଣା

ମାଛ ଧରାଳିଙ୍କ ଘରୁ ଚୋରି

By Sanjeeb Biswal

June 19, 2021

ଅନୁଗୁଳ: ନାଲ୍‌କୋ ଥାନା ସିପିପି ରାସ୍ତାରେ ଭଡ଼ାରେ ରହୁଥିବା ମାଛ ଧରାଳି ପ୍ରମୋଦ ମାଝୀଙ୍କ ଘରୁ  ଚୋରି ହୋଇଛି। ନଗଦ ୭୦ ହଜାର ଟଙ୍କା ସହ ୪ଟି ମୋବାଇଲ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ସୂଚନା ମୁତାବକ ପ୍ରମୋଦଙ୍କ ନିଜ ଘର ତିଗିରିଆ ଥାନା କିଳାବିରା ଗ୍ରାମରେ। ସେ ଏଠାରେ ଗିରଙ୍ଗ ଗ୍ରାମର ଅମୀୟ ଗଡ଼ନାୟକଙ୍କ ଘରେ ୧୫ବର୍ଷ ଧରି ଭଡ଼ାରେ ରହି ଆସୁଛନ୍ତି । ଦୈନିକ ମାଛ ବିକ୍ରି କରି ଜୀବିକା ଚଳାଉଥିଲେ। ଗତକାଲି ସକାଳୁ ପ୍ରମୋଦ ନିକଟସ୍ଥ କଟାବନ୍ଧକୁ ମାଛ ମାରିବା ପାଇଁ ଯିବା ପୂର୍ବରୁ ଘରେ ନଗଦ ୭୦ ହଜାର ଟଙ୍କା ଏବଂ ମୋବାଇଲ ଛାଡ଼ି ଯାଇଥିଲେ। ଆସି ଦେଖିଲା ବେଳକୁ ଘରର କବାଟ ଭଙ୍ଗା ହୋଇଛି। ଟଙ୍କା ନାହିଁ କି ମୋବାଇଲ ମଧ୍ୟ ନାହିଁ।