ଘଟଣା ଓ ଦୁର୍ଘଟଣା

ଉର୍ମିଳା ଆପାର୍ଟମେଣ୍ଟରୁ ଚୋରି: ଦୁଇ ଘରେ କଳା କନା ବୁଲାଇଲା ଦୁର୍ବୃତ୍ତ

By Angul TV Bureau

November 26, 2025

ଅନୁଗୁଳ: ସ୍ଥାନୀୟ କରଡାଗାଡିଆ ଅଞ୍ଚଳରେ ଥିବା ଉର୍ମିଳା ଆପାର୍ଟମେଣ୍ଟର ଦୁଇଟି ଘରେ ଗତକାଲି ରାତ୍ରିରେ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଚୋରି କରିନେଇଛନ୍ତି। ଘର ମାଲିକମାନେ ନ ଥିବାରୁ ଘର ଦୁଇଟି ଯାଞ୍ଚ କରାଯାଇ ପାରିନାହିଁ, ଫଳରେ କେତେ ମୂଲ୍ୟର ସାମଗ୍ରୀ ଚୋରି ହୋଇଛି ତାହା ସ୍ପଷ୍ଟ ହୋଇପାରିନାହିଁ।

ସୂଚନା ଅନୁସାରେ, ଘର ମାଲିକମାନେ ନ ଥିବା ସମୟରେ ଗତକାଲି ରାତ୍ରିରେ ଦୁର୍ବୃତ୍ତମାନେ ଏହି ଦୁଇଟି ଘରକୁ ଟାର୍ଗେଟ କରିଥିଲେ। ଆଜି ସକାଳେ ଅନ୍ୟ ଜଣେ ଲୋକ ଦେଖିବା ପରେ ଘର ମାଲିକଙ୍କୁ ଫୋନ ଯୋଗେ ଜଣାଇଥିଲେ। ଏନେଇ ଅନୁଗୁଳ ସଦର ଥାନାରେ ଏତଲା ଦିଆଯିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ କହିଛି, ଆସନ୍ତାକାଲି ସାଇଣ୍ଟିଫିକ୍ ଟିମ୍ ଆସିବା ପରେ ଚୋରି ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ।