ଘଟଣା ଓ ଦୁର୍ଘଟଣା

ତାଲା ଭାଙ୍ଗି ୧୦ ଲକ୍ଷ ଟଙ୍କାର ଡିଜି ଟ୍ରାକ ମେସିନ ନେଇଗଲେ ଦୁର୍ବୃତ୍ତ

By Angul TV Bureau

June 29, 2022

ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା ନିକଟସ୍ଥ ପେଟ୍ରୋଲ ପମ୍ପ ସମ୍ମୁଖରେ ରହୁଥିବା ଭଡ଼ା ଘରୁ ୧୦ ଲକ୍ଷ ଟଙ୍କାର ମେସିନ ଚୋରି ହୋଇଥିବା ନେଇ ମହୀଧରପୁର ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି କମ୍ପାନୀ କର୍ତ୍ତୃପକ୍ଷ।

ସୂଚନା ମୁତାବକ, ମହୀଧରପୁର ଡାକ ବଙ୍ଗଳା ନିକଟରେ ବିର୍ଲା ନିଶାବାଣୀ ପ୍ରାଇଭେଟ ଲିଃ ନାମକ ସଂସ୍ଥାର କର୍ମଚାରୀ ମାନେ ଭଡ଼ାଘରେ ରହୁଥିଲେ। ଏହି ସଂସ୍ଥା ଆଠମଲ୍ଲିକରୁ ବୌଦ୍ଧ ପର୍ଯ୍ୟନ୍ତ ଏକ କାର୍ଯ୍ୟ କରୁଥିଲେ। ଗତ ୨୬ ତାରିଖରେ ସେମାନେ ଘରେ ତାଲାପକାଇ ଆଠମଲ୍ଲିକ ଯାଇଥିଲେ। ଆଜି ମହିଧରପୁର ଭଡ଼ାଘରକୁ ଫେରି ଦେଖିଲା ବଳେକୁ ଘରର ତାଲାଭାଙ୍ଗି ଏକ ଡିଜି ଟ୍ରାକ୍ ମେସିନ ଓ ଗୋଟିଏ ଲାପଟପ୍ ଚୋରି ହୋଇଛି। ଏ ନେଇ ସଂସ୍ଥାର ମ୍ୟାନେଜର ଇନ୍ଦ୍ରଜିତ ପାଣ୍ଡେ ମଙ୍ଗଳବାର ସନ୍ଧ୍ୟାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।