ଘଟଣା ଓ ଦୁର୍ଘଟଣା

ଏସି ମେକାନିକଙ୍କ ବାଇକ୍‌ ଚୋରି

By Angul TV Bureau

August 26, 2021

ଅନୁଗୁଳ: ମଙ୍ଗଳବାର ହାଣ୍ଡିଧୁଆ ଓଭରବ୍ରିଜ୍ ନିକଟରୁ ଦୀପକ ପ୍ରଧାନଙ୍କ ଏକ ବାଇକ୍‌(ଓଡ଼ି୧୯ଡି ୬୦୫୮) ଚୋରି ହୋଇଯାଇଛି। ଏନେଇ ସେ କୋଲିୟରୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଛି। ସୂଚନା ମୁତାବକ, ଅନୁଗୁଳ ସହର ଉପକଣ୍ଠ ଛେଳିଆପଡ଼ା ଗ୍ରାମର ଦୀପକ ଜଣେ ଏସି ମେକାନିକ୍ । ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ଏକ ଏସି ମରାମତି ପାଇଁ ହାଣ୍ଡିଧୂଆ ଓଭରବ୍ରିଜ୍ ନିକଟରେ ପହଞ୍ଚିଥିଲେ। ମାଲିକଙ୍କ ଘର ସାମ୍ନାରେ ତାଙ୍କ ବାଇକ୍‌କୁ ରଖି ଏସି ମରାମତି କରିଥିଲେ। କାମ ସାରି ଅପରାହ୍ନ ପ୍ରାୟ ଗୋଟାଏରେ ଆସି ଦେଖିଲା ବେଳକୁ ତାଙ୍କ ବାଇକ୍ ଗାଏବ୍ ହୋଇଯାଇଥିଲା। ବହୁ ଖୋଜାଖୋଜି କରି ନିରାଶ ହେବା ପରେ ସେ ଥାନାରେ ଏତଲା ଦେଇଛନ୍ତି ।