ଅନୁଗୁଳ: ଆଜି ଓଡିଶା ବୋର୍ଡ ପକ୍ଷରୁ ପ୍ରକାସିତ ମାଟ୍ରିକ ପରୀକ୍ଷାରେ ଅନୁଗୁଳର ଅଗ୍ରଣୀ ବିଦ୍ୟାଳୟ ଅନୁଗୁଳ ହାଇସ୍କୁଲରୁ କେହି ଜଣେ ମଧ୍ୟ A1ରେ ପାସ ନ କରିବା ବୁଦ୍ଧିଜୀବୀ ମହଲରେ ଉଦବେଗ ସୃଷ୍ଟି କରିଛି ଏକଦା ଏହି ସ୍କୁଲରୁ ଓଡ଼ିଶାର ବେଷ୍ଟ ଟେନ ଛାତ୍ର ଛାତ୍ରୀ ବାହାରୁ ଥିଲେ। କିନ୍ତୁ ସ୍କୁଲର ଭିତ୍ତିଭୂମି ଦୁର୍ବଳ,ଉତ୍ତମ ଶିକ୍ଷକଙ୍କ ଅଭାବ,ଦୀର୍ଘ ଦିନ ଧରି ସ୍ଥାୟୀ ପ୍ରଧାନ ଶିକ୍ଷକ ନ ରହିବା କାରଣରୁ ଏଭଳି ଫଳାଫଳ ମିଳିଛି।ପାସ ପ୍ରତିଶତ ଶତକଡା ଶହେ। A2 ରେ ୨୩ ଜଣ ପିଲା ଥିବା ବେଳେ ସୌମ୍ୟା ପ୍ରିୟଦର୍ଶନୀ ୫୨୪ ନମ୍ବର ରଖି ସ୍କୁଲ ଟପର ହୋଇଛନ୍ତି।ଏଥିନେଇ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମନ୍ଦାକିନି ପ୍ରଧାନଙ୍କୁ ଯୋଗାଯୋଗ କରା ଯାଇଥିଲେ ମଧ୍ୟ ତାଙ୍କ ଫୋନ ଲାଗି ନ ଥିଲା। ଅନ୍ୟ ପକ୍ଷରେ ପିଟିସି ହାଇସ୍କୁଲର ଶତ ପ୍ରତିଶତ ପିଲା ପାସ କରିଥିବା ବେଳେ ୨ ଜଣ A1 ରେ ପାସ କରିଥିବା ଜଣା ପଡ଼ିଛି।