ମୁଖ୍ୟ ଖବର

ସିମିଳିପଡ଼ାରେ ହେବ ନୂଆ ସବଜି ମଣ୍ଡି

By Biswaranjan Pattnaik

November 18, 2022

ଅନୁଗୁଳ: ଅନୁଗୁଳ ସିମିଳିପଡାରେ ଏକ ସବଜି ମଣ୍ଡି କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନୁଗୁଳରେ ଥିବା ନିଉ ଡେଲି ମାର୍କେଟରେ ସ୍ଥାନ ଅଭାବରୁ ଚାଷୀ ଓ ବେପାରୀ ଉଭୟ ବସ ଷ୍ଟାଣ୍ଡ ,ମେଡିକାଲ ରୋଡ଼,ବ୍ଲକ କଲୋନୀ ସାମନା ଏବଂ ଅନ୍ୟାନ୍ୟ ଛକ ବଜାରରେ ରାସ୍ତା କଡରେ ବସୁଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ଦୁର୍ଘଟଣା ମଧ୍ୟ ଘଟୁଛି। ତେଣୁ ଏହି ସବୁ ସ୍ଥାନରୁ ବେପାରୀଙ୍କୁ ଉଚ୍ଛେଦ କରି ଏହି ନୂଆ ସବଜି ମଣ୍ଡିରେ ବ୍ୟବସାୟ କରିବାର ସୁଯୋଗ ଦିଆଯିବ। ଏଣୁ ସିମିଳିପଡା କାଠପୋଲିଆ ବନ୍ଧକୁ ପୋତି ଏହି ମଣ୍ଡି କରାଯାଉଚି ବୋଲି ଏଟିଭିକୁ ସୂଚନା ଦେଇଛନ୍ତି ପୋୖର ଅଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ।