ମୁଖ୍ୟ ଖବର

ପାଚେରି ଡେଇଁ ଘରେ ପଶି କାର୍ ଜାଳି ଦେଲେ ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ

By Angul TV Bureau

May 07, 2023

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ କୁମଣ୍ଡ ପଞ୍ଚାୟତର ଭଣ୍ଡୁବର ଅଞ୍ଚଳ ବିଡିଓ କଲୋନୀର ପାଚେରି ଡେଇଁ ଏକ କାର ଜାଳିଦେଇଛନ୍ତି ଦୁର୍ବୃତ୍ତ। ସୂଚନା ମୁତାବକ, ବିଡିଓ କଲୋନୀର ଲଳିତେନ୍ଦୁ ବେହେରାଙ୍କ ଘରେ ଅରୁଣ କୁମାର ଦାସ ଗତ ୪ ବର୍ଷ ହେଲା ଭଡ଼ାରେ ରହୁଛନ୍ତି। ସେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରନ୍ତି। ସେ ତାଙ୍କ ଭଡ଼ା ଘର ବାହାରେ କାର୍ ରଖି ଡ୍ୟୁଟି ଯାଇଥିଲେ।

ଗତ କାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଆସି ତାଙ୍କ ମାରୁତି ସେଲେରିଓ କାର (OD19 U 7893)ରେ ନିଆଁ ଲଗାଇ ଦେଇଥିଲେ। ଉପର ଘରେ ଭଡ଼ାରେ ରହୁଥିବା ଲୋକଦେଖି ତଳକୁ ଆସି ପାଣି ପକାଇ ନିଆଁକୁ ଆୟତ୍ତ କରିଥିଲେ। ପରେ ଏନେଇ ଅରୁଣ ଦାସଙ୍କୁ ଫୋନ କରି ଜଣାଇଥିଲେ। ଅରୁଣ ପହଞ୍ଚି ଅନୁଗୁଳ ସଦର ଥାନାରେ ଏହି ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି।