ପ୍ରତିଭା ଓ ବ୍ୟକ୍ତିତ୍ୱ

ଯାତ୍ରା ପଡିଆରୁ ଚୋରକୁ କାବୁ କଲେ ଗାଁ ଲୋକ, ପୋଲିସ ଜିମା ଦେଲେ

By Angul TV Bureau

May 15, 2023

ବଇଣ୍ଡା: ଅନୁଗୁଳ ଜିଲ୍ଲା ହଣ୍ଡାପା ଥାନା ବଇଣ୍ଡା ଗାଁରେ କିଛି ଦିନ ହେବ ଚୋର ସକ୍ରିୟ ହୋଇ ପଡ଼ିଛନ୍ତି। ରବିବାର ଯାତ୍ରା ପଡ଼ିଆରେ ପଡ଼ିଥିବା ମୀନା ବଜାରରୁ ଚୋରି କରୁଥିବା ଜଣେ ଯୁବକକୁ ବଇଣ୍ଡା ଗ୍ରାମବାସୀ କାବୁ କରି ପୋଲିସ ଜିମା ଦେଇଛନ୍ତି।

ଗ୍ରାମବାସୀଙ୍କ କହିବାନୁଯାୟୀ, ବଇଣ୍ଡା ଅଞ୍ଚଳରେ କିଛି ଦିନ ହେବ ଚୋରି ବୃଦ୍ଧି ପାଉଛି। ଯାତ୍ରାରେ ଅନେକ ବ୍ୟବସାୟୀଙ୍କ ଠାରୁ ଚୋରି ହୋଇଥିବା ବେଳେ ରବିବାର କିଶୋରନଗର ଥାନା ଅଞ୍ଚଳର ଜଣେ ଯୁବକ ଚୋରି କରୁଥିବା ସମୟରେ ଯାତ୍ରା କମିଟି ସଭ୍ୟ ଓ ବ୍ୟବସାୟୀମାନେ କାବୁ କରିଥିଲେ। ଏମାନଙ୍କ ସହ ଥିବା ଅନ୍ୟ ୪ ଜଣ ଯୁବକ ଘଟଣାସ୍ଥଳରୁ ପଳାଇଥିବା ବେଳେ ଜଣଙ୍କୁ କାବୁ କରି ବଇଣ୍ଡା ଫାଣ୍ଡି ପୋଲିସକୁ ଜିମା ଦେଇଥିଲେ। ଏ ନେଇ ବଇଣ୍ଡା ଫାଣ୍ଡି ଅଧିକାରୀ ସ୍ମୃତି ରଞ୍ଜନ ନାୟକ କୁହନ୍ତି, ଉକ୍ତ ଯୁବକଙ୍କୁ ଗ୍ରାମବାସୀ ପୋଲିସ ଜିମା ଦେଇଛନ୍ତି। ତଦନ୍ତ ପରେ ଏମାନଙ୍କର କିଛି ଗ୍ୟାଙ୍ଗ ଅଛି କି ନାହିଁ ଜଣାପଡ଼ିବ ବୋଲି ପୋଲିସ କହିଛି।