ଅନୁଗୁଳ: ଅମଲାପଡ଼ା କଲୋନୀର ଏକ କ୍ୱାଟର ଭିତରେ ରାସଲୀଳା ଚାଲିଥିବାବେଳେ ଧରାପଡ଼ି ହଟହଟା ହୋଇଛନ୍ତି ଜଣେ ଠିକା ଅଧିକାରୀ। ଏହି ଠିକା ଅଧିକାରୀ ଜଣେ ସୁନ୍ଦରୀ ମହିଳା କର୍ମଚାରୀଙ୍କ ସହ ଅନେକ ସମୟରେ ରାସଲୀଳାରେ ମାତି ଥାଆନ୍ତି।ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ମଙ୍ଗଳବାର ରାତିରେ ଛକି ବସିଥିଲେ ମହିଳାଙ୍କ ସ୍ବାମୀ ରାସଲୀଳା ଚାଲିଥିବା ବେଳେ ଅତର୍କିତ ଭାବେ କବାଟ ବାଡେଇଥିଲେ ସ୍ବାମୀ। କବାଟ କେହି ନ ଫିଟାଇବାରୁ ପୋଲିସ ଡ଼ାକିବାର ଧମକ ଦେବାପରେ ବିଚରା ଅଧିକାରୀ ଜଣକ କବାଟ ଫିଟାଇ ଥିଲେ। ଏହାପରେ ରଙ୍ଗିଲା ମୁଡରେ ଥିବା ଅଧିକାରୀଙ୍କୁ ନିସ୍ତୁକ ପିଟିବା ପରେ ସ୍ତ୍ରୀଙ୍କୁ ନେଇ ଘରକୁ ଫେରିଥିଲେ। ଘଟଣା ନେଇ କୌଣସି ମାମଲା ରୁଜୁ ହୋଇ ନଥିବା ବେଳେ ଆଜି ସହରର ଗଳି କନ୍ଦିରେ ଏହା ବେଶ ଚର୍ଚ୍ଚା ହେଉଛି ।