ଅନ୍ୟାନ୍ୟ

ଓଡ଼ିଶା ଅଗ୍ନିଶମ ଓ ଜରୁରୀ କାଳୀନ ସେବା ସପ୍ତାହ: ନିଆଁ ଲିଭାଇବା ଉପାୟ ଶିଖିଲେ ସୁରେନ୍ଦ୍ର ହସ୍ପିଟାଲର କର୍ମଚାରୀ

By Angul TV Bureau

April 16, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ମିଶ୍ରପଡା ସ୍ଥିତ ସୁରେନ୍ଦ୍ର ହସ୍ପିଟାଲ ଠାରେ ଅଗ୍ନିଶମ ବିଭାଗ ପକ୍ଷରୁ ଓଡିଶା ଅଗ୍ନିଶମ ଓ ଜରୁରୀ କାଳୀନ ସେବା ସପ୍ତାହ ପାଳିତ ହୋଇଛି। ଗତ ୧୪ ତାରିଖ ଠାରୁ ଆରମ୍ଭ ହୋଇଥିବା ଓଡିଶା ଅଗ୍ନିଶମ ଓ ଜରୁରୀ କାଳୀନ ସେବା ସପ୍ତାହର ଆଜି ତୃତୀୟ ଦିନରେ ମିଶ୍ରପଡା ସ୍ଥିତ ସୁରେନ୍ଦ୍ର ହସ୍ପିଟାଲ ଠାରେ ସମସ୍ତ କର୍ମଚାରୀଙ୍କୁ ଅଗ୍ନିକାଣ୍ଡ ହେଲେ କେଉଁ ଭଳି ପ୍ରଣାଳୀ ପ୍ରୟୋଗ କରିବେ ସେହି ବିଷୟରେ ଅବଗତ କରାଯାଇଥିଲା।

ଏ ଅବସରରେ ଜିଲ୍ଲା ଅଗ୍ନିଶମ ବିଭାଗର ସୁକାନ୍ତ କୁମାର ନାଥଙ୍କ ନେତୃତ୍ଵରେ ହସ୍ପିଟାଲର ସମସ୍ତ କର୍ମଚାରୀଙ୍କୁ ନିଆଁ ଲାଗିଲେ କିଭଳି ନିୟନ୍ତ୍ରଣ କରିବେ ସେ ବିଷୟରେ ଶିକ୍ଷା ଦିଆଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଅଗ୍ନିଶମ ବିଭାଗ କର୍ମଚାରୀ ସୁଧୀର କୁମାର ବେହେରା, ଚିତ୍ତରଞ୍ଜନ ବେହେରା, ଜଳଧର ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ।