ଅନୁଗୋଳ: ଚଳିତ ମାସ ୧୩ ତାରିଖ ଶନିବାର ଜିଲ୍ଲାରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ। ଅନୁଗୋଳ, ତାଳଚେର, ଆଠମଲ୍ଲିକ, ପାଲଲହଡ଼ା, ଛେଣ୍ଡିପଦା ଓ ବଅଁରପାଳ ଅଦାଲତ ପରିସରରେ ଏହି ଲୋକ ଅଦାଲତ ହେବ। ଏହି ଲୋକ ଅଦାଲତରେ ପ୍ରାୟ ସବୁ ପ୍ରକାର ବିଚାରାଧୀନ ମାମଲାର ଆପୋଷ ସମାଧାନ କରାଯିବ। ଫୌଜଦାରୀ (ସାଲିସ ଯୋଗ୍ୟ), ପ୍ଲି ବାର୍ଗେନିଂ, ଚେକ ବାଉନ୍ସ, ବ୍ୟାଙ୍କ ଋଣ, ମୋଟର ଦୁର୍ଘଟଣା କ୍ଷତିପୂରଣ, ଶ୍ରମ ବିବାଦ, ଲୋକ ଉପଯୋଗୀ ସେବା, ବିଦ୍ୟୁତ-ଜଳ ବିଲ, ବୈବାହିକ ବିବାଦ (ଛାଡପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ରାଜସ୍ୱ, ଖାଉଟି ଓ ଦେୱାନୀ ମକଦ୍ଦମା ଆଦିର ସମାଧାନ ହୋଇପାରିବ।
ଏହାଛଡା କୋର୍ଟରେ ଦାୟର ହୋଇନଥିବା ପ୍ରାକ-ମକଦ୍ଦମା ବିବାଦର ମଧ୍ୟ ସମାଧାନ ହେବ। ଲୋକ ଅଦାଲତରେ ମାମଲା ସମାଧାନ ପାଇଁ କୌଣସି ଖର୍ଚ୍ଚ ଲାଗେନା ଏବଂ ଏହାର ରାୟ ଚୂଡାନ୍ତ ଓ ବୈଧ ଅଟେ। ଦୀର୍ଘ ଦିନର ମାମଲାର ଶୀଘ୍ର ସମାଧାନ ଓ ସମୟ-ଅର୍ଥ ବଞ୍ଚାଇବା ପାଇଁ ଏହା ଏକ ସୁଯୋଗ। ଅଧିକ ସୂଚନା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଅନୁଗୁଳ କିମ୍ବା ସମ୍ପୃକ୍ତ ତାଲୁକ ଆଇନ ସେବା କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।