ଅନ୍ୟାନ୍ୟ

ଆଇନସେବା ପ୍ରାଧିକରଣ ପକ୍ଷରୁ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜିତ, ୩୯ ଟି ମାମଲାର ହେଲା ଫଇସଲା

By Angul TV Bureau

August 13, 2022

ଅନୁଗୁଳ: ଆଜି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଏହି ଲୋକ ଅଦାଲତରେ ୩୯ ଟି ପ୍ରାକ ମକଦ୍ଦମାଜନିତ ମାମଲାର ଫଇସଲା କରାଯାଇଥିଲା। ସେଥିମଧ୍ୟରୁ ୩୪ ଟି ବ୍ୟାଙ୍କ ସମ୍ପର୍କିତ ମାମଲାର ସମାଧାନ କରାଯାଇ ୧୯ ଲକ୍ଷ ୫୩ ହଜାର ୬୯୯ ଟଙ୍କା ପ୍ରଦାନ କରାଯାଇଥିଲା। ସେହିପରି ୫ଟି ଜନ ଉପଯୋଗୀ ସେବା ମାମଲାର ଫଇସଲା କରାଯାଇ ୮ଲକ୍ଷ ୯୩ହଜାର ୮୪୫ଟଙ୍କା ଦିଆଯିବାକୁ ନିର୍ଦ୍ଦେଶ ହୋଇଛି।

ଲୋକ ଅଦାଲତରେ ସର୍ବମୋଟ ୩୪୭୦ଟି ବିଚାରାଧୀନ ମାମଲାର ଫଇସଲା କରାଯାଇଥିଲା। ସେଥିମଧ୍ୟରୁ ୩୬ଟି ମୋଟର ଯାନ ଦୁର୍ଘଟଣାଜନିତ ମାମଲାର ଫଇସଲା କରାଯାଇ ୨କୋଟି ୭୧ଲକ୍ଷ ୧୩ହଜାର ଟଙ୍କାର କ୍ଷତି ପୂରଣ ପ୍ରଦାନ କରାଯାଇଥିଲା। ସେହିଭଳି ୧୧ଟି ଚେକ୍ ବାଉନ୍ସ ମାମଲା ଏବଂ ୨୩ଟି ଦେୱାନୀ ମାମଲାର ସମାଧାନ କରାଯାଇଥିଲା। ୧୧ଟି ବିଚାରାଧୀନ ବ୍ୟାଙ୍କ ସମ୍ପର୍କିତ ମାମଲା, ୨୧ଟି ପାରିବାରିକ ମାମଲା (ଛାଡପତ୍ର), ୩୩୨୯ଟି ଫୌଜଦାରୀ ମାମଲାର ସମାଧାନ କରାଯାଇଥିଲା। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ତାଳଚେର, ଆଠମଲିକ, ପାଲଲହଡା, ଛେଣ୍ଡିପଦା ଓ ବଅଁରପାଳରେ ଥିବା ଅଦାଲତଗୁଡିକ ଅଂଶ ଗ୍ରହଣ କରିଥିଲେ।ଏହି ଲୋକ ଅଦାଲତରେ ଅନୁଗୁଳ ଅଦାଲତର ବିଚାରପତି, ସରକାରୀ ଓକିଲ, କୋର୍ଟର ଆଇନଜୀବୀ, ଆଇନସେବା ପ୍ରାଧିକରଣ ଓ ବିଭିନ୍ନ ବ୍ୟାଙ୍କର କର୍ମଚାରୀମାନେ ଉପସ୍ଥିତ ରହିଥିଲେ।