କଳା ଓ ସଂସ୍କୃତି

ତ୍ରୟୋଦଶ ସାତକୋଶିଆ ମହୋତ୍ସବ ଉଦ୍ଘାଟିତ

By Angul TV Bureau

December 14, 2025

ଅନୁଗୁଳ: ସ୍ଥାନୀୟ ସଭାଘର ଠାରେ ତ୍ରୟୋଦଶ ସାତକୋଶିଆ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର(ରାଜସ୍ବ) ପ୍ରଦୀପ ପ୍ରଜ୍ବଳନ କରି ଏହି ମହୋତ୍ସବକୁ ଉଦ୍ଘାଟନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ନିଜ ଅଭିଭାଷଣରେ ଅନୁଗୁଳର କଳା ସାହିତ୍ୟ ନୃତ୍ୟର ସ୍ଵତନ୍ତ୍ର ପରିଚୟ ରହିଛି ବୋଲି କହିଥିଲେ। ନୃତ୍ୟ ନିଳୟ ଏହି ଗୌରବମୟ ପରମ୍ପରାକୁ ଆଗକୁ ନେବାରେ ପ୍ରୟାସ ଜାରି ରଖୁ ବୋଲି ମତ ଦେଇଥିଲେ।

ସମ୍ମାନିତ ଅତିଥି ରୂପେ ବ୍ରହ୍ମ କୁମାରୀ ମୀନତି ଭଉଣୀ ଯୋଗ ଦେଇ ଅନୁଗୁଳରେ ପ୍ରତିଭାର ଅଭାବ ନାହିଁ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ଉପଦେଷ୍ଟା ହେମନ୍ତ କୁମାର ଦାସ ଏବଂ ସଭାପତି ଗୁରୁ ଅନିତା ସିଂହ ଦେଓ ଉପସ୍ଥିତ ଥିଲେ।ସମାରୋହ ଆରମ୍ଭରେ ନୃତ୍ୟନିଳୟ ସମ୍ପାଦିକା ଗୁରୁ ସ୍ୱପ୍ନାରାଣୀ ସିହ୍ନା ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ବାଗତ କରିଥିଲେ। ମୁଖ୍ୟ ଅତିଥି ଗୁରୁ ଶ୍ରୀ ଆଶିଷ କୁମାର ଦାସଙ୍କୁ ସାତକୋଶିଆ ମହୋତ୍ସବ ସମ୍ମାନ ଏବଂ ଗୁରୁ ଡ଼ା ଦୀପ୍ତି ରାଉତରାୟଙ୍କୁ ପଦ୍ମ ଚରଣ ସିହ୍ନା ପ୍ରତିଭା ସମ୍ମାନ ପ୍ରଦାନ କରିଥିଲେ। ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ନୃତ୍ୟନିଳୟର କଳାକାର ମାନେ ଦଳଗତ ଓଡ଼ିଶୀ ଗୁରୁ ବନ୍ଦନା ପରିବେଷଣ କରିଥିଲେ।

ନୃତ୍ୟ ନିଳୟର କଳାକାରମାନେ ଏହାପରେ ପଞ୍ଚଦେବ ସ୍ତୁତି, କୋରାପୁଟର ଢେମସା ନୃତ୍ୟ ଓ ଦେବ ଗାନ୍ଧାରୀ ପଲ୍ଲବୀ ଶୁଦ୍ଧ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ପରେ ନୃତ୍ୟମଣ୍ଡଳ କଟକର ରୂପାଲି ପାଲ ଓ ଅଙ୍କିତା ମିଶ୍ର ଓଡ଼ିଶୀ ଯୁଗଳବନ୍ଦୀ ପ୍ରଦର୍ଶନ କରିଥିଲେ। ବିଶ୍ଵନାଥ ସଙ୍ଗିତାଳୟ, କଟକର ଗୁରୁ ଡ଼ା ଦୀପ୍ତି ରାଉତରାୟ ଏକକ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।ଗଞ୍ଜାମର ରାଧେଶ୍ୟାମ ତରାଇ କୁଚିପୁଡି ପ୍ରଦର୍ଶନ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଅନୁଷ୍କା ଶାହା ଓ ସ୍ୱର୍ନାଙ୍କି ଦାସ ଓଡ଼ିଶୀ ଯୁଗଳବନ୍ଦୀ ପ୍ରଦର୍ଶନ କରିଥିଲେ। ଶେଷରେ ନୃତ୍ୟନୀଳୟ ନିର୍ଦ୍ଦେଶକ ଯଜ୍ଞ ନାରାୟଣ ରାୟ ଧନ୍ୟବାଦ୍ ଅର୍ପଣ କରିଥିଲେ।