ମୁଖ୍ୟ ଖବର

ଏଥରକ ବି ପେପରଲେସ୍‌ ହେବ କେନ୍ଦ୍ର ବଜେଟ୍‌, ମୋବାଇଲ ଆପ୍‌ରୁ ହାତ ମୁଠାରେ ମିଳିବ ସବୁ ସୂଚନା

By Swagatika Samantray

January 27, 2023

ଭୁବନେଶ୍ୱର: ଆସୁଛି ୨୦୨୩ ବର୍ଷ ପାଇଁ କେନ୍ଦ୍ର ବଜେଟ୍। ଚଳିତ ବର୍ଷର ବଜେଟ୍ ସଂପୂର୍ଣ୍ଣ ‘ପେପର ଲେସ୍‌’ ହେବ ବୋଲି ଅର୍ଥ ମନ୍ତ୍ରଣାଳୟ ସୂଚନା ଦେଇଛି। ତେବେ ପାରମ୍ପରିକ ଭାବରେ ଅଦ୍ୟାବଧି କାଗଜରେ ଉପସ୍ଥାପିତ ବଜେଟ୍ ଏଥର ସଂପୂର୍ଣ୍ଣ ରୂପେ ଡିଜିଟାଲ୍ ଫର୍ମାଟରେ ଉପସ୍ଥାପିତ ହେବ। ଅର୍ଥମନ୍ତ୍ରୀଙ୍କ ଭାଷଣ ଏବଂ ବଜେଟ୍ ୨୦୨୩ ବିଷୟରେ ପ୍ରତ୍ୟେକ ସୂଚନା ‘ୟୁନିଅନ୍ ବଜେଟ୍ ମୋବାଇଲ୍ ଆପ୍’ ରେ ଉପଲବ୍ଧ ହେବ। ଏହା ଆଣ୍ଡ୍ରଏଡ୍ ଏବଂ ଆପଲର ସମସ୍ତ ଭର୍ସନରେ କାମ କରିବ।

ତେବେ ଏହାପୂର୍ବରୁ ବି ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଡିଜିଟାଲ ଫର୍ମାଟରେ ବଜେଟର ଉପସ୍ଥାପନା ଆରମ୍ଭ ହୋଇସାରିଛି। କିନ୍ତୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ଏହି ସୂଚନା ଏକ ଆପ୍ ମାଧ୍ୟମରେ ଜନସାଧାରଣଙ୍କୁ ସିଧାସଳଖ ପହଞ୍ଚାଇବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍ ଭାଷଣ ସମାପ୍ତ ହେବା ପରେ ତୁରନ୍ତ ଏହି ଆପରେ ସମ୍ପୂର୍ଣ୍ଣ ବଜେଟ୍ ସୂଚନା ଉପଲବ୍ଧ ହେବ।