ଘଟଣା ଓ ଦୁର୍ଘଟଣା

ଟଙ୍କା ପାଇଁ ଧମକଚମକ, ପୁଲିସ୍ କବଜାରେ ଅଭିଯୁକ୍ତ ବାପି

By Biswaranjan Pattnaik

April 24, 2021

ଅନୁଗୁଳ: ଗତବର୍ଷ ନିଜ ପାଖରେ ତିନି ତିନିଟା ଚୋରା ବନ୍ଧୁକ ଓ ଗୁଳି ରଖି ବନ୍ଧା ହୋଇଥିବା ଲିଙ୍ଗରାଯୋଡ଼ି ଗ୍ରାମର ସତ୍ୟଜିତ୍ ପ୍ରଧାନ ଓରଫ୍ ବାପି ପୁଣି ଥରେ ପୁଲିସ୍ ସ୍କାନରକୁ ଆସିଛି। ଜଣେ ବ୍ୟକ୍ତିଙ୍କୁ ଟଙ୍କା ପାଇଁ ଧମକଚମକ ଦେବା ଅଭିଯୋଗରେ ଅନୁଗୁଳ ଥାନା ପୁଲିସ୍ ବାପିକୁ ଥାନାକୁ ଉଠାଇ ଆଣି ଥିବା ଜଣାପଡ଼ିଛି । ଅଭିଯୁକ୍ତ ବାପି ଯେଉଁ ବ୍ୟକ୍ତିଙ୍କୁ ଧମକ ଦେଉଥିଲେ, ତାଙ୍କ ପତ୍ନୀ ଏନେଇ ଏସପିଙ୍କ ଠାରେ ଅଭିଯୋଗ କରିଥିଲେ। ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ୍‌ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ବାପିଙ୍କୁ ଥାନାକୁ ଉଠାଇ ଆଣି ଅଟକ ରଖିଛି। ଏ ସଂକ୍ରାନ୍ତରେ ଅନୁଗୁଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋୟୀଙ୍କୁ ଯୋଗାଯୋଗ କରିବାରୁ ଜଣେ ବ୍ୟକ୍ତିଙ୍କୁ ଧମକଚମକ ଦେବା ଅଭିଯୋଗରେ ବାପିକୁ ଥାନାରେ ଅଟକ ରଖାଯାଇଛି। ତାକୁ ଗିରଫ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।