ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ତୁଳସୀପାଳ ଗାଁରେ ସୋମବାର ରାତିରେ ପାଣି ପାଇପ୍ ଚୋରି ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ପୁଲିସ। ସୂଚନା ଅନଯାୟୀ, ଗାଁ ଦେଇ ଯାଇଥିବା ପାଣିପାଇପକୁ ରାତିରେ ୬/୭ ଜଣ ଲୋକ ଖୋଳି ଚୋରି କରୁଥିବା ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚଥିଲା। ପୁଲିସକୁ ଦେଖି କିଛି ଲୋକ ଫେରାର ହୋଇଯାଇଥିଲେ। ତେବେ ପୁଲିସ ଗାଁର ଦୁଃଶାସନ ଗୋଛାୟତ(୫୨), ତାଙ୍କ ପୁଅ ଗୋବିନ୍ଦ ଗୋଛାୟତ(୩୨) ନନ୍ଦ ଗୋଛାୟତ(୨୮)ଙ୍କୁ କାବୁ କରିବାରେ ସଫଳ ହୋଇଥିଲା। ସେମାନଙ୍କ ଠାରୁ ଶାବଳ କୁଡ଼ି ଆଦି ଜବତ କରିଛି। ଏ ନେଇ ଏକ ମାମଲା ରୁଜୁକରି ମଙ୍ଗଳବାର ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।