ମୁଖ୍ୟ ଖବର

ବ୍ରାଉନସୁଗାର ଚାଲାଣ ବେଳେ ୩ ଗିରଫ: ୧୩ ଗ୍ରାମରୁ ଅଧିକ ଜବତ

By Angul TV Bureau

June 11, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ପୋଲିସ ଏକ ବଡ଼ ଧରଣର ବ୍ରାଉନ ସୁଗାର ଚାଲାଣକୁ ପଣ୍ଡ କରିଛି। ତେଣ୍ଟୁଲୋଇରୁ ଛେଣ୍ଡିପଦା ଅଭିମୁଖେ ସ୍କୁଟିରେ ବ୍ରାଉନସୁଗାର ଚାଲାଣ ହେଉଥିବା ବେଳେ ପୋଲିସ ଚଢ଼ଉ କରି ୩ ଜଣଙ୍କୁ ଗିରଫ କରିଛି।

ମିଳିଥିବା ସୂଚନା ମୁତାବକ, ଛେଣ୍ଡିପଦା ଶୂନଭୂଇଁ ନିକଟରେ ପୋଲିସ ଚଢ଼ଉ କରି ଶାଶ୍ୱତ ଦେହୁରୀ ଓ ସବ୍ୟସାଚୀ ପରିଡ଼ାଙ୍କୁ କାବୁ କରିଥିଲା। ସେମାନଙ୍କ ଠାରୁ ବ୍ରାଉନ ସୁଗାର ଜବତ ହେବା ପରେ, ସେମାନଙ୍କ ବୟାନ ଆଧାରରେ ଛେଣ୍ଡିପଦା ବଜାରରୁ ଲକ୍ଷ୍ମୀଧର ନାମକ ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ ବ୍ରାଉନ ସୁଗାରକୁ ଓଜନ କରାଯିବାରୁ ଏହାର ପରିମାଣ ୧୩.୬୫୦ ଗ୍ରାମ ବାହାରିଥିଲା। ଏହି ଘଟଣାରେ ପୋଲିସ ଏକ ସ୍କୁଟି ଜବତ କରିବା ସହ ଥାନା କେସ ନଂ ୨୮୪/୨୬ରେ ମାମଲା ରୁଜୁ କରି ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଅଞ୍ଚଳରେ ନିଶା କାରବାର ବିରୋଧରେ ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ସାଧାରଣରେ ପ୍ରଶଂସା କରାଯାଇଛି।