ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ପୁଲିସ ପକ୍ଷରୁ ବୁଧବାର ଦିନ ଟାପଢୋଲ ଗ୍ରାମରେ ଗାଡ଼ି ମଟର ଯାଞ୍ଚ କରାଯାଇଛି। ଯାଞ୍ଚ ସମୟରେ ମଦ୍ୟପାନ କରି ବାଇକ ଚଳାଉଥିବା ଅଭିଯୋଗରେ ପକୋଣ୍ଡା ଗ୍ରାମର ସଂଜୀବ ନାୟକଙ୍କୁ ପୁଲିସ ଗିରଫ କରିଛି। ଏଥିସହ ତାଙ୍କ ବାଇକ (ଓଡି ୧୯ ୨୧୫୭)କୁ ଜବତ କରିଛି। ସେହିପରି ମଦ୍ୟପାନ କରି ବାଇକ ଚଲାଉଥିବା ଅଭିଯୋଗରେ ବାଲିସାହି ଗ୍ରାମର ସନ୍ତୋଷ ପ୍ରଧାନଙ୍କୁ ଗିରଫ କରାଯାଇଛି। ଏଥିସହ ତାଙ୍କ ଗାଡ଼ି (ଓଆର ୧୯ ସି ୯୨୩୮)କୁ ଜବତ କରାଯାଇଛି। ଏଥିସହ ପାଇକସାହି ଗ୍ରାମର ବିନୋଦ କୁମାର ପ୍ରଧାନଙ୍କୁ ମଦ୍ୟପାନ କରି ବାଇକ ଚଲାଉଥିବା ଅଭିଯୋଗରେ ଗିରଫ କରାଯାଇଛି। ଏଥିସହ ତାଙ୍କ ବାଇକ (ଓଡି ୧୯ ୱାଇ ୭୨୪୦)କୁ ଜବତ କରାଯାଇଛି। ଏ ନେଇ ୩ ଟି ମାମଲା ରୁଜୁ କରାଯାଇଥିବା ଜଣାଯାଇଛି।