ଘଟଣା ଓ ଦୁର୍ଘଟଣା

ବସ୍ ଷ୍ଟାଣ୍ଡରୁ ୩ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

By Sanjeeb Biswal

May 19, 2024

 

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଦୁର୍ଗାପୁର ଛକ ନିକଟରୁ ପୋଲିସ ୩ କେଜି ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ହେଲେ ଟାଙ୍ଗର ସାହିର ସନାତନ ସାହୁ। ପୋଲିସ ସୂଚନା ମୁତାବକ, ସନାତନ ସାହୁ ଏକ ବ୍ୟାଗ୍ ଧରି ବସଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ସନାତନ ଧରିଥିବା ବ୍ୟାଗରୁ ପ୍ରାୟ ୩ କେଜି  ଗଞ୍ଜେଇ ଜବତ ହୋଇଛି। ସେ ବସରେ ଗଞ୍ଜେଇ ନେଇ ଆଠମଲ୍ଲିକ ଯାଉଥିଲା ବୋଲି ପୋଲିସ କହିଛି। ଏନେଇ ଜରପଡ଼ା ଥାନାରେ କେସ ନଂ -୧୪୯/୨୪ରେ ଏନଡ଼ିପିଏସ ଆକ୍ଟରେ ଏକ ମାମଲା ରୁଜୁ ହୋଇଛି। ଏଥିସହ ପୋଲିସ ସନାତନକୁ ଗିରଫ କରି କୋର୍ଟ ଚାଲାଣ କରିଛି।