ମୁଖ୍ୟ ଖବର

ପାତ୍ରପଡ଼ାରୁ ତିନି ମାତୃହୀନ ଶିଶୁ ଉଦ୍ଧାର, ଉତ୍କଳ ବାଳାଶ୍ରମରେ ହେଲେ ଥଇଥାନ

By Sanjeeb Biswal

July 09, 2023

ଅନୁଗୁଳ: ସୋସିଆଲ ମିଡିଆରେ ଖବର ପ୍ରଚାରିତ ହେବା ପରେ ଅନୁଗୁଳ ଚାଇଲଡ଼ ଲାଇନ ପକ୍ଷରୁ ବାଗଡ଼ିଆ ଥାନା ପାତ୍ରପଡ଼ା ଗ୍ରାମରେ ଥିବା ତିନିଜଣ ମାତୃହୀନ ଅବହେଳିତ ଶିଶୁଙ୍କୁ ଉଦ୍ଧାର କରାଯାଇଛି।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହରା ଙ୍କ ପରାମର୍ଶ କ୍ରମେ ଚାଇଲଡ ଲାଇନ ଟିମ ସଦସ୍ୟ ଅଭିଷେକ ମହାପାତ୍ର, ଆକ୍ସେସ ଟୁ ଜଷ୍ଟିସର ଜିଲ୍ଲା ସଂଯୋଜକ ବିଶ୍ୱଜିତ ଦାଶ, ପରିଯୋଜନା ସହଯୋଗୀ ଜ୍ୟୋସ୍ମିତା ପ୍ରଧାନ ଓ ଯୁବ ସମାଜସେବୀ ଦୀପକ ପ୍ରଧାନ ପାତ୍ରପଡ଼ା ଯାଇ ଶିଶୁଙ୍କୁ ଭେଟିଥିଲେ। ଏଥିସହ ପଡ଼ୋଶୀ ତଥା ଅନ୍ୟ ଗ୍ରାମବାସୀଙ୍କ ଠାରୁ ଘଟଣାର ସତ୍ୟତା ଯାଞ୍ଚ କରି ଶିଶୁଙ୍କୁ ଉଦ୍ଧାର କରିଛନ୍ତି।

ଏ ନେଇ ସେମାନେ ବାଗଡ଼ିଆ ଥାନାରେ ଉପସ୍ଥିତ ଅଧିକାରୀଙ୍କ ସହିତ ଆଲୋଚନା କରି ଲିଖିତ ଭାବରେ ଜଣାଇଛନ୍ତି। ପରେ ଅନୁଗୁଳ ସ୍ଥିତ ଉତ୍କଳ ବାଳାଶ୍ରମରେ ତିନି ଜଣ ଶିଶୁଙ୍କୁ ଥଇଥାନ କରାଯାଇଛି।