ମୁଖ୍ୟ ଖବର

ସୂଚନା ନ ଦେଇ ତାମଡ଼ାର ତିନି ଅଧିକାରୀ ସୂଚନା କମିଶନ ଦ୍ୱାରା ଦଣ୍ଡିତ

By Biswaranjan Pattnaik

August 28, 2026

ଅନୁଗୋଳ: ଆର.ଟି.ଆଇରେ ସୂଚନା ମାଗୁଥିବା ବ୍ୟକ୍ତିଙ୍କୁ ସୂଚନା ନ ଦେଇ ଖେଳିଲେ ବା ମନମାନି କଲେ ତାର ଫଳ ବିଷମ ହୋଇଥାଏ।ତାମଡାର ତିନି ଜଣ ଅଧିକାରୀ ଜଣେ ଆଇନଜୀବୀଙ୍କୁ ଏଭଳି ସୂଚନା ନଦେଇ ହରଡ ଘଣାରେ ପଡ଼ିବା ସହ ଅର୍ଥ ଦଣ୍ଡ ଭୋଗିଛନ୍ତି।ରାଜ କିଶୋରପଡ଼ାର ଆଇନଜୀବୀ ସୁଶାନ୍ତ କୁମାର ନନ୍ଦ ତୁରଙ୍ଗ ସ୍ଥିତ ଶୀତଳ ବିହାରରେ ତାଙ୍କ ପତ୍ନୀଙ୍କ ନାମରେ ଥିବା ଏକ ଘର ଅଛି। କିଛି ବ୍ୟକ୍ତି ଏବଂ ନିଜେ ବିଲଡର ପୂର୍ବ ଚୁକ୍ତିନାମା ଉଲ୍ଲଂଘନ କରି କିଛି ନିର୍ମାଣ କାର୍ଯ୍ୟ କରିବାରୁ ସୁଶାନ୍ତ ଏଥିନେଇ ଜିଲ୍ଲପାଳଙ୍କୁ ଅଭିଯୋଗ କରିବା ସହ ସୂଚନା ଅଧିକାର ଆଇନରେ ତାମଡ଼ାକୁ କିଛି ତଥ୍ୟ ମାଗିଥିଲେ। ତାମଡ଼ା ପକ୍ଷରୁ ନକ୍ସା ଓ ବିଲ୍ଡିଙ୍ଗ ପ୍ଲାନର କପି ଦେଇଥିଲେ ମଧ୍ୟ ବିଲଡର ତାମଡ଼ାରେ ଦେଇଥିବା ଦସ୍ତାବିଜ୍ ଓ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରୁ ଆସିଥିବା ଚିଠି ଉପରେ କି କାର୍ଯ୍ୟାନୁଷ୍ଠାନ ହେଇଛି ସେଥିନେଇ କୌଣସି ନୋଟିଂର କପି ଦେଇ ନଥିଲେ ।

ବରଂ ଦସ୍ତାବିଜର କପି ଅଫିସରେ ଆଉ ମିଳୁନାହିଁ ବୋଲି ସଫେଇ ଦେଇଥିଲେ। ଏଥିରେ ସନ୍ତୁଷ୍ଟ ନ ହୋଇ ସୁଶାନ୍ତ ନନ୍ଦ ସୂଚନା ଅଧିକାରର ସର୍ବୋଚ୍ଚ ଅଫିସରେ ଅପିଲ କରିଥିଲେ। ମାନ୍ୟବର ସୂଚନା କମିଶନର ପ୍ରାଣବିନ୍ଦୁ ଆଚାର୍ଯ୍ୟ ଅଭିଯୋଗ ନେଇ ତାମଡ଼ାକୁ ସତ୍ୟପାଠ ସମେତ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ଶେଷରେ ଚୂଡ଼ାନ୍ତ ଶୁଣାଣି କରି ମାନ୍ୟବର କମିଶନର ହୃଦବୋଧ କରିଥିଲେ କି ସୂଚନା ଅଧିକାର କର୍ମୀଙ୍କୁ ଜାଣି ଶୁଣି ହଇରାଣ କରାଯାଇଛି। ଦୁଇ ପୂର୍ବତନ କର୍ମଚାରୀ ନୀଳିମା ମହାପାତ୍ର, ରମେଶ ଚନ୍ଦ୍ର ସାହୁ ଏବଂ ବର୍ତ୍ତମାନର ପିଆଇଓ ମନୋଜ ସିଂଙ୍କୁ ତାଗିଦ୍ କରିବା ସହ ପ୍ରତ୍ୟେକଙ୍କୁ ୮ ହଜାର ଟଙ୍କାର ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି।

ଏକ ମାସ ମଧ୍ୟରେ ଏହି ଅର୍ଥ ନଦେଲେ ଦରମା କିମ୍ବା ପେନସନରୁ ଏହି ଅର୍ଥ କଟାଯିବ ବୋଲି କମିଶନ ରାୟ ଶୁଣାଇଥିଲେ। ଅଭିଯୋଗକାରି ସୁଶାନ୍ତ ନନ୍ଦଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଭୁପେଶ ଚନ୍ଦ୍ର ପ୍ରଧାନ ମକଦ୍ଦମା ପରିଚାଳନା କରିଥିଲେ ।