ମୁଖ୍ୟ ଖବର

ଗଞ୍ଜେଇ କାରବାର ବେଳେ ଗାଡ଼ି ଧକ୍କାରେ ମହିଳା ମୃତ୍ୟୁ ମାମଲା, ୩ ଜଣଙ୍କୁ କୋର୍ଟଚାଲାଣ କଲା ପୋଲିସ

By Angul TV Bureau

June 19, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ପକ୍ଷରୁ ଆଜି ଗଞ୍ଜେଇ ଚୋରାଚାଲାଣ କରୁଥିବା ଅଭିଯୋଗରେ ୩ ଜଣଙ୍କୁ କୋର୍ଟଚାଲାଣ କରାଯାଇଛି।

ସୂଚନା ମୁତାବକ, ଗତ କାଲି ଏକ ସ୍ଵୀଫ୍ଟ ଡିଜିୟାର ଗାଡି (OD 02 BT 4761) ଅନୁଗୁଳ ଆଡୁ ଭୁବନେଶ୍ବର ଅଭିମୁଖେ ମହୀଧରପୁର ରାସ୍ତାରେ ଯିବା ବେଳେ ଦୁର୍ଘଟଣା ଘଟି ଜଣେ ପଥଚାରୀଙ୍କ ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରେ ବଅଁରପାଳ ପୋଲିସ ପହଞ୍ଚି ଦୁଇ ଜଣଙ୍କୁ ଗିରଫ କରିବା ସହ ଗାଡିକୁ ଜବତ କରିଥିଲା।

ବଅଁରପାଳ ଥାନା ଅଧିକାରୀ ନିରୁପମା ଜେନାଙ୍କ ସୂଚନା ମୁତାବକ, ଗାଡି ଦୁର୍ଘଟଣା ପରେ ତଦନ୍ତ ଆରମ୍ଭ କରାଯିବା ପରେ ଗାଡିରୁ ଗଞ୍ଜେଇ ଜବତ କରାଯାଇଥିଲା। ତଦନ୍ତ ମଧ୍ୟରେ ତିନିଜଣଙ୍କୁ ପୋଲିସ ଗିରଫ କରିଥିଲା। ଅଭିଯୁକ୍ତମାନେ ହେଲେ ଭଞ୍ଜନଗର ବିରିକୋଟ ଗ୍ରାମର ଗୌତମ ଡିଗଲଙ୍କ ପୁଅ ସନ୍ତୋଷ ଡିଗଲ, ତିଗିରିଆ ଥାନା ବିନ୍ଦନିମା ଗ୍ରାମର ନବୀନ ମୁଦୁଲିଙ୍କ ପୁଅ ସୁଦର୍ଶନ ମୁଦୁଲି, ଗାଡି ମାଲିକ ବାଲେଶ୍ଵର ସଦର ଥାନା ମାନିକୁଲ ଗ୍ରାମର ବିମଳ ପ୍ରଧାନଙ୍କ ପୁଅ ଅମିତ୍ ପ୍ରଧାନ। ଅଭିଯୁକ୍ତମାନେ ବୌଦ୍ଧ ଅଞ୍ଚଳରୁ ଗାଡ଼ିରେ ୭୧ କେଜି ୭୦୦ ଗ୍ରାମ ଗଞ୍ଜେଇ ନେଇ ଭୁବନେଶ୍ବର ଅଞ୍ଚଳକୁ ଚୋରା ଚାଲାଣ କାରବାର କରୁଥିବା ଜଣାଯାଇଛି।