ମୁଖ୍ୟ ଖବର

ଜାଗର ଯାତ୍ରା ହେଲା ମହା ଯାତ୍ରା: ସଡକ ଦୁର୍ଘଟଣାରେ ୩ ମୃତ

By Biswaranjan Pattnaik

February 19, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଖାଲଗାଁ ମୋଡ ରାସ୍ତାରେ ଶନିବାର ରାତି ପ୍ରାୟ ୧୧:୪୫ ବେଳେ ଏକ ଅଟୋକୁ ଅଜଣା ଗାଡ଼ି ଧକ୍କା ଦେବା ଫଳରେ ଆରୋହୀଙ୍କ ସମେତ ଅଟୋରେ ଥିବା ପାଞ୍ଚ ଜଣଙ୍କ ମଧ୍ୟରୁ ତିନି ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାରୁ ପ୍ରକାଶ କୁଲାସିଂହା ଗାଁରୁ ଗୋଟିଏ ପରିବାର ପକ୍ଷରୁ ଝିଅକୁ ଶାଶୁଘର ନୂଆ ରାଇଗୁଡ଼ାରେ ଛାଡି ଫେରୁଥିବା ବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ପିତାମ୍ବର ପ୍ରଧାନ ଓ ଗୁଣ୍ଡିଚା ପ୍ରଧାନଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ମୁନା ପ୍ରଧାନଙ୍କ ଅନୁଗୁଳ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା। ଶବ ଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଅଣାଯାଇଛି। ପୋଲିସ ଦୁର୍ଘଟଣାର ତଦନ୍ତ କରୁଛି। ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।