ଅନୁଗୁଳ: କାଳ ହେଲା ଦଣ୍ଡ ନାଚ ପାଇଁ ଟେଣ୍ଟ ପ୍ରସ୍ତୁତି। ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅନ୍ତର୍ଗତ ପାଟଲା ଗାଁରେ ଦଣ୍ଡନାଚ ପୂର୍ବରୁ ଏକ ଅଘଟଣ ଘଟିଛି। ଟେଣ୍ଟ ପ୍ରସ୍ତୁତି ବେଳେ ଷ୍ଟିଲ ବର୍ ୧୧ କେଭି ତାର ସଂସ୍ପର୍ଶରେ ଆସି ୩ ଜଣଙ୍କ ମୃତ୍ୟୁ ଘଟିଛି। ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକ ହେଲେ ବିଡୋ ଗାଁର ମିଲନ ମହାଳିକ (୩୪), ଲକ୍ଷ୍ମୀଧର ସାହୁ (୨୪) ଓ ପାଟଲା ଗାଁର ସୁଧାକର ସାହୁ (୪୦)। ଆହତ ହୋଇଥିବା ପାଟଲା ଗାଁର ପ୍ରଫୁଲ୍ଲ ତରାଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିଧୀନ ଅବସ୍ଥାରେ ଅଛନ୍ତି। ସ୍ଥାନୀୟ ଲୋକେ କହିଛନ୍ତି ଯେ, ‘ଦଣ୍ଡନାଚ ପାଇଁ ଟେଣ୍ଟ ପ୍ରସ୍ତୁତି ବେଳେ ଷ୍ଟିଲ ବାର୍ ୧୧ କେଭି ତାରକୁ ସଂସ୍ପର୍ଶରେ ଆସିବା ଯୋଗୁଁ କରେଣ୍ଟ ଲାଗି ଏହି ଅଘଟଣ ଘଟିଛି’। ଏନେଇ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।