ଅନୁଗୁଳ: ଅନୁଗୁଳର କୁଲାଡ଼ ଗାଁରେ ଶନିବାର ବିଳମ୍ବିତ ରାତିରେ ଏକ ଘରେ ରୋଷେଇ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହେବାରୁ ୩ ଜଣ ଗୁରୁତର ଆହତ ହୋଇଛନ୍ତ। ଗୁରୁତର ମାନେ ହେଲେ ଭୂଷଣ ପ୍ରଧାନ, ରତ୍ନମଞ୍ଜରୀ ପ୍ରଧାନ ଓ ଦିଗନେସ ପ୍ରଧାନ।
ପ୍ରଥମେ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଗଲେ, କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ଅନୁଗୁଳ ଜିଲ୍ଲା ମେଡିକାଲକୁ ନିଆଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି।
ବିସ୍ଫୋରଣରେ ଘରର ଆଜବେଷ୍ଟ ଓ ଅନ୍ୟାନ୍ୟ ଘରୋଇ ସାମଗ୍ରୀ ପୁରାପୁରି ନଷ୍ଟ ହୋଇଛି। ନାଲକୋ ଦମକଳ ବାହିନୀ ସମୟରେ ପହଞ୍ଚି ନିଆଁ ଲିଭାଇ ଆହତମାନଙ୍କୁ ଉଦ୍ଧାର କରିଥିଲେ।
ଘଟଣା ପରେ ନାଲକୋ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବିସ୍ଫୋରଣର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ।