ମୁଖ୍ୟ ଖବର

ବିଭିନ୍ନ ମନ୍ଦିର ଲୁଟ ଘଟଣାର ପର୍ଦ୍ଦାଫାଶ: ୩ ଗିରଫ

By Angul TV Bureau

October 14, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା,ଠାକୁରଗଡ଼ ଓ କିଶୋରନଗର ଅଞ୍ଚଳର ବିଭିନ୍ନ ମନ୍ଦିରରୁ ଚୋରି କରିଥିବା ଏକ ଦଳର ତିନି ଜଣଙ୍କୁ ପୋଲିସ ଗିରଫ କରିଛି।

ଘଟଣାରୁ ପ୍ରକାଶ ଗତ ଅକ୍ଟୋବର ୧୩ ତାରିଖରେ ହଣ୍ଡପା ପୋଲିସକୁ ସୂଚନା ମିଳିଲା କି ସ୍ଥାନୀୟ ମନ୍ଦିରରୁ ଚୋର ମାନେ ଘଣ୍ଟି,ଜାଗର,ଦୀପ ତଥା ଅନ୍ୟାନ୍ୟ ଜିନିଷ ଚୋରି ହୋଇ ଯାଇଛି। କିଛି ଦିନ ମଧ୍ୟରେ କିଶୋରନଗର ଓ ଠାକୁରଗଡ଼ ଅଞ୍ଚଳରେ ଏଭଳି ଚୋରି ଅଭିଯୋଗ ହୋଇଥିଲା। ଖବର ପାଇ ଏସଡିପିଓ ଆଠମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ଛାନଭିନ ଆରମ୍ଭ କରାଯାଇଥିଲା। ଶେଷରେ ପୋଲିସକୁ ସଫଳତା ମିଳିଥିଲା।ଏ ଘଟଣାରେ ମନମୋହନ ପ୍ରଧାନ,ହେମନ୍ତ ପ୍ରଧାନ ଓ ସଞ୍ଜୟ ମେହେନା ଠାକୁରଙ୍କୁ ପୋଲିସ ଗିରଫ କରିଥିଲା। ସେମାନଙ୍କ ଠାରୁ ଏକ ବୁଲେଟ ମଟର ସାଇକେଲ ସହ ମନ୍ଦିରର ଚୋରା ସାମଗ୍ରୀ ଜବତ କରାଯାଇଛି। ଏହି ଚଢାଉ ଟିମରେ ଇନ୍ସପେକ୍ଟର ନମିତା ପ୍ରଧାନ, ଶଶୀଭୂଷଣ ବେହେରା, ସବଇନ୍ସପେକ୍ଟର ମନୋଜ କୁମାର ଓ ଅନ୍ୟମାନେ ସାମିଲ ଥିଲେ।