ଘଟଣା ଓ ଦୁର୍ଘଟଣା

ଗଞ୍ଜା ଲଢ଼େଇ କରି ଜୁଆ ଖେଳୁଥିଲେ, ମାଡ଼ି ବସିଲା ପୋଲିସ

By Biswaranjan Pattnaik

January 27, 2025

ଅନୁଗୁଳ: ଅନୁଗୁଳରେ ଜୁଆ ଖେଳ ବେଳେ ମାଡ଼ି ବସିଲା ପୋଲିସ। ଜୁଆ ଖେଳାଳିଙ୍କୁ ଗିରଫ କରିବା ସହ ଗଞ୍ଜା, ଖାସି ଓ ବାଇକ ଜବତ। ସୂଚନା ମୁତାବକ, ରବିବାର ସନ୍ଧ୍ୟାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅନୁଗୁଳ ପାଟ୍ରୋଲିଂ ପୋଲିସ ଗୋପୀନାଥପୁର ପାଇକ ଢିପସାହିର ଏକ ଜୁଆ ଆଡ୍ଡା ଉପରେ ଚଢ଼ଉ କରିଥିଲା। ସେଠାରେ ଗଞ୍ଜା ଲଢ଼େଇ କରି ଜୁଆ ଖେଳ ହେଉଥିଲା।

ପୋଲିସ ଜୁଆ ଖେଳିବା ଅଭିଯୋଗରେ ରାମ ସାହୁ, ଦୁବରାଜ ସାହୁ, ଶିବୁ ବିରୁଆ ପ୍ରମୁଖଙ୍କୁ ଗିରଫ କରିଛି। ଏଥିସହ ଗୋଟିଏ ବାଇକ, ଦୁଇଟି ଲଢୁଆ ଗଞ୍ଜା, ଏକ ଖାସି ଓ ନଗଦ ୬୬, ୬୭୦ ଟଙ୍କା ଜବତ କରିଥିବା ଜଣାଯାଇଛି।