ମୁଖ୍ୟ ଖବର

ଭାରସାମ୍ୟ ହରାଇ ଓଲଟିଲା ଇନୋଭା, ତିନି ଆହତ ମେଡିକାଲରେ ଭର୍ତ୍ତି

By Angul TV Bureau

April 20, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ବଜ୍ରକୋଟ ରାଜପଥ ଭାଲୁବସା ନାଳ ପାଖରେ ରବିବାର ଏକ ଇନୋଭା ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ଗାଡ଼ିରେ ଥିବା ୪ ଜଣଙ୍କ ମଧ୍ୟରୁ ୩ ଜଣ ଆହତ ହୋଇଛନ୍ତି।

ସୂଚନା ମୁତାବକ, ଆଜି ଅପରାହ୍ନରେ ଇନୋଭା (ଓଡି-୦୨-କେ୦୦୦୬) ଭୁବନେଶ୍ୱର ଆଡ଼ୁ ରେଙ୍ଗାଳି ଅଭିମୁଖେ ଯାଉଥିବା ବେଳେ କଣିହାଁ ଥାନା ଅଧୀନସ୍ଥ ବଜ୍ରକୋଟ ଗ୍ରାମ ଅନ୍ତର୍ଗତ ଭାଲୁବସା ନାଳ ଟନିଂ ପଏଣ୍ଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗାଡ଼ିଟି ଭାଙ୍ଗିଯାଇଥିବା ବେଳେ ଭିତରେ ଥିବା ଚାରି ଜଣଙ୍କ ମଧ୍ୟରୁ ତିନିଜଣ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ କଣିହାଁ ଗୋଷ୍ଠୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣାସ୍ଥଳରେ କଣିହାଁ ପୋଲିସ ପହଞ୍ଚି ତଦନ୍ତ କରୁଛି। କିନ୍ତୁ ଖବର ଲେଖା ହେବା ଯାଏଁ ଏନେଇ କୌଣସି ମାମଲା ରୁଜୁ ହୋଇନଥିବା ସୂଚନା ମିଳିଛି।