ଘଟଣା ଓ ଦୁର୍ଘଟଣା

ମୁହାଁମୁହିଁ ମୋଟରସାଇକେଲ ଧକ୍କା: ୩ ଜଣ ଗୁରୁତର

By Angul TV Bureau

October 16, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଧୀନ ଛେଣ୍ଡିପଦା-ଅନୁଗୋଳ ୬୩ ନମ୍ବର ରାଜ୍ୟ ରାଜପଥରେ କୋଶଳା ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁଦପାଳ ନିକଟସ୍ଥ ସିଙ୍ଗଡା ପୋଲ ପାଖରେ ଗୁରୁବାର ସନ୍ଧ୍ୟାରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ କୋଶଳା ରୁଗୁଡିସାହିର ପୁର୍ଣ୍ଣଚନ୍ଦ୍ର ନାଏକ, ସିପୁନ ନାଏକ ଏବଂ ଖମାର ବତିସୁଆଁ ଗ୍ରାମର ସୁନୀଲ ବେହେରା, ଯିଏ କାକୁଡିଆ ଗ୍ରାମରେ ଶ୍ୱଶୁର ଘରେ ରହି ଜିନ୍ଦଲ କମ୍ପାନୀରେ କାର୍ଯ୍ୟ କରନ୍ତି।

ସୂଚନା ଅନୁଯାୟୀ, ପୁର୍ଣ୍ଣଚନ୍ଦ୍ର ଓ ସିପୁନ ମଦ୍ୟପାନ କରି ଏକ ମୋଟରସାଇକେଲରେ କୋଶଳାରୁ ନିଶା ଆଡ଼କୁ ଯାଉଥିବା ବେଳେ, ସୁନୀଲ ଜିନ୍ଦଲ କମ୍ପାନୀରୁ କାମ ସାରି ନିଜ ଗାଁ କାକୁଡିଆକୁ ଫେରୁଥିବା ବେଳେ ସିଙ୍ଗଡା ପୋଲ ନିକଟରେ ଦୁଇ ମୋଟରସାଇକେଲ ମଧ୍ୟରେ ଧକ୍କା ହୋଇଥିଲା।

ଏହି ଦୁର୍ଘଟଣାରେ ତିନି ଜଣ ଯୁବକ ଗୁରୁତର ଆହତ ହୋଇ ରାସ୍ତାରେ ପଡ଼ି ରହିଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଆହତମାନଙ୍କୁ ଉଦ୍ଧାର କରି କୋଶଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଖବର ପାଇ ନିଶା ଶିଳ୍ପାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।