ଅନୁଗୁଳ: ଆସନ୍ତା ଜୁନ ୨୬ରୁ ବାରବାଟି ଷ୍ଟାଡିୟମରେ ଆରମ୍ଭ ହେଉଥିବା ଓସିଏଲ୍ ୨୦-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ଅନୁଗୁଳର ତିନି ଜଣ ପ୍ରତିଭାବାନ ଖେଳାଳୀ ମନୋନୀତ ହୋଇଛନ୍ତି ।
ଓସିଏ ମୁଖ୍ୟ ନିର୍ବାହୀ ଅଧିକାରୀ ସୁବ୍ରତ ବେହେରାଙ୍କ ଠାରୁ ମିଳିଥିବା ସୂଚନା ମୁତାବକ ଓଡ଼ିଶା ଚିତାଜ୍ ପକ୍ଷରୁ ଶ୍ରେୟଂଶ ଭରଦ୍ୱାଜ ଓ ମିଲନ ସାମଲ ଏବଂ ଓଡ଼ିଶା ଟାଇଗରସ୍ ପକ୍ଷରୁ ଟୁକୁନା ସାହୁ ଖେଳିବାକୁ ଆମନ୍ତ୍ରଣ ପାଇଛନ୍ତି। ‘ଏ’ ଟିଭି ଏହି ତିନି ପ୍ରତିଭାଙ୍କ ସଫଳତା କାମନା କରୁଛି।