କ୍ରୀଡ଼ା

୨୩ ବର୍ଷରୁ କମ ସି.କେ ନାୟଡୁ ଟ୍ରଫି ରାଜ୍ୟ ଦଳରେ ଅନୁଗୁଳର ୩ ଖେଳାଳୀ

By Biswaranjan Pattnaik

October 11, 2025

ଅନୁଗୁଳ: ୨୩ ବର୍ଷରୁ କମ ସି.କେ ନାୟଡୁ ଟ୍ରଫି ଓଡ଼ିଶା ଦଳର ପନ୍ଦର ଜଣିଆ ଖେଳାଳୀ ତାଲିକା ପ୍ରକାଶ ପାଇଛି। ଏଥିରେ ଅନୁଗୁଳର ତିନି ଜଣ ପ୍ରତିଭା ସମ୍ପନ୍ନ ଖେଳାଳୀ ସ୍ଥାନ ପାଇଛନ୍ତି ସେମାନେ ହେଲେ ଶଶାଙ୍କ ପାନାକଲ, ଶ୍ରେୟଂଶ୍ ଭରଦ୍ୱାଜ ଏବଂ ଆୟୁଷ ବାରିକ।

ଏହି ତିନି ଜଣ ଖେଳାଳି ଗତ ରାଜ୍ୟସ୍ତରୀୟ ବିଭିନ୍ନ ଟୁର୍ଣ୍ଣାମେଣ୍ଟରେ  ଭଲ ଖେଳ ପ୍ରଦର୍ଶନ କରି ସିଲେକ୍ଟରଙ୍କ ଦୃଷ୍ଟିକୁ ଆସିଥିଲେ ସେମାନଙ୍କ ଆଗାମୀ ସଫଳତା ପାଇଁ ଅନୁଗୁଳ କ୍ରିକେଟ ଆସୋସିଏସନର ସଭାପତି ପ୍ରତାପ ପ୍ରଧାନ,ଉପ ସଭାପତି ପ୍ରଭାତ କୁମାର ସିହ୍ନାଙ୍କ ସମେତ ଅନ୍ୟ କାର୍ଯ୍ୟକର୍ତ୍ତା ମାନେ ଶୁଭେଚ୍ଛା ଜଣାଇଛନ୍ତି।