ଘଟଣା ଓ ଦୁର୍ଘଟଣା

ଜଙ୍ଗଲ ବିଭାଗର ଚଢାଉ: ୨ ଦେଶୀ ବନ୍ଧୁକ ଜବତ ୩ ଶିକାରୀ ଗିରଫ

By Biswaranjan Pattnaik

January 08, 2026

ଅନୁଗୁଳ: ୮ ତାରିଖ ଅପରାହ୍ନରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଅନୁଗୁଳ ଫରେଷ୍ଟ ରେଞ୍ଜର ଅଧିକାରୀ ମାନେ ମାଣିକଯୋଡ଼ି ବିଟ ବାଲିଆସାହିର  ଗୋଟିଏ ଘର ଉପରେ ଚଢ଼ାଉ କରି ଦୁଇଟି ଦେଶୀ ବନ୍ଧୁକ ଜବତ କରିଥିଲେ। ସେହି ଘରୁ ଅମୂଲ୍ୟ ନାୟକ, ସୁଜନ ସେଠି, ବାଲିଆପଶି ସାହି ଏବଂ ସୁମନ୍ତ ବେହେରା, ସହରସାହିକୁ ଗିରଫ କରିଥିଲେ।

ପଚରା ଉଚରା କରିବାରୁ ସେମାନେ ଶିକାର ପାଇଁ ପ୍ରସ୍ତୁତ ହେଉଥିଲେ ବୋଲି କହିଥିଲେ।ଚଢାଉ ରେ ଉଦ୍ଧବ ବେହେରା,ରେଞ୍ଜ ଅଧିକାରୀ, ଅଭିମନ୍ୟୁ ମାଝୀ,ଶ୍ରୀମତୀ ଲିଯାଲିନ ସାହୁ,ପ୍ରଜ୍ଞସିନି ଦାସ,ଲଳିତ କୁମାର ବେହେରା ଫରେଷ୍ଟର, ସୁଜାତା ପ୍ରଧାନ,ଜୟସ୍ମିତା ସାହୁ,ଗୌରହରି ସେଠି ଫରେଷ୍ଟ ଗାର୍ଡ ଙ୍କ ସମେତ ବହୁ ହାତୀ ସ୍କ୍ୱାର୍ଡ ଏବଂ ଗଜ ମିତ୍ର ସାମିଲ ଥିଲେ ।