ଅନ୍ୟାନ୍ୟ

୩ ଦଫା ଦାବି ନେଇ ଆଇନମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ

By Angul TV Bureau

April 29, 2025

ଅନୁଗୁଳ: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୋମବାର ଅନୁଗୁଳ ଗସ୍ତ ବେଳେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରାଯାଇଥିଲା। ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଅଜିତ କୁମାର ଧର ଓ ସାଧାରଣ ସମ୍ପାଦକ ସ୍ୱାଧୀନ କୁମାର ସାମଲ ମନ୍ତ୍ରୀଙ୍କୁ ସାମ୍ବାଦିକଙ୍କ ପକ୍ଷରୁ ତିନି ଦଫା ଦାବିପତ୍ର ପ୍ରଦାନ କରିଥିଲେ।ଦାବିଗୁଡ଼ିକ ହେଉଛି ରାଜ୍ୟରେ ଅବସରପ୍ରାପ୍ତ ସାମ୍ବାଦିକଙ୍କୁ ମାସିକ ଅନ୍ୟୁନ ୨୫ ହଜାର ଟଙ୍କାର ପେନସନ୍ ପ୍ରଦାନ କରାଯାଉ। ସାମ୍ବାଦିକଙ୍କ ନିରାପତ୍ତା ପାଇଁ ବିଧାନସଭାର ଚଳିତ ଅଧିବେଶନରେ ସାମ୍ବାଦିକ ସୁରକ୍ଷା ଆଇନ (Journalists Protection Act.) ପ୍ରଣୟନ କରାଯାଉ। ତୁରନ୍ତ ରାଜ୍ୟରେ ସାମ୍ବାଦିକ ଅଧିସ୍ଵୀକୃତି କମିଟି (Joumalists Accreditation Committee) ଗଠନ କରାଯାଉ।ଏହି ଦାବି ପୂରଣ ପାଇଁ ସାମ୍ବାଦିକ ସଂଘ ପକ୍ଷରୁ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।