ଘଟଣା ଓ ଦୁର୍ଘଟଣା

ଟ୍ରକରେ ସର୍ଟସର୍କିଟ୍ ହୋଇ ଜଳିଗଲା ୩ ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁଶ

By Angul TV Bureau

May 20, 2025

ଅନୁଗୁଳ: ସର୍ଟସର୍କିଟ୍ ଯୋଗୁ ଜଳିଗଲା ଅନୁଗୁଳ ଜିଲ୍ଲା ପାଳଲହଡ଼ା ସଦରମହକୁମା ନିକଟସ୍ଥ ଫପଣ୍ଡ ଗାଁ ଛକରେ ଥିବା ପପୁ ଢାବା। ଟ୍ରକର ବୈଦ୍ୟୁତିକ ଉପକରଣ ମରାମତି ସମୟରେ ସର୍ଟସର୍କିଟ ଘଟି ନିଆଁ ଲାଗିବାରୁ ଟ୍ରକର ଡିଜେଲ ଟାଙ୍କି ଫାଟି ନିକଟରେ ଥିବା ତିନି ଦୋକାନ ଘରକୁ ବ୍ୟାପୀ ଥିଲା। ମାତ୍ର ଟ୍ରକର ନିଆଁକୁ ସ୍ଥାନୀୟ ଲୋକେ ଆୟତ୍ତ କରୁଥିବା ବେଳେ ଦୋକାନ ଘର ଭିତରକୁ ନିଆଁ ବ୍ୟାପୀ ଯାଇଥିଲା। ଟ୍ରକର ବୈଦ୍ୟୁତିକ ଉପକରଣ ଦୋକାନ ସମେତ କିରାନା ଦୋକାନ ସମ୍ପୂର୍ଣ୍ଣ ଜଳିପୋଡ଼ି ନଷ୍ଟ ହୋଇଯାଇଛି। ଅଗ୍ନିଶମ ବିଭାଗ ବିଳମ୍ବରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିଲା। ପ୍ରଶାସନ ପକ୍ଷରୁ ତାଙ୍କୁ ସହାୟତା ଯୋଗାଇ ଦେବା ପାଇଁ ସ୍ଥାନୀୟ ବାସିନ୍ଦା ଅନୁରୋଧ କରିଛନ୍ତି।