ମୁଖ୍ୟ ଖବର

ଜଳିଗଲା ୩ ଟି ଗଦି ଦୋକାନ, ୬ ଲକ୍ଷ ଟଙ୍କାର ସାମଗ୍ରୀ ପାଉଁଶ

By Biswaranjan Pattnaik

October 18, 2024

 

ଅନୁଗୁଳ: ଅନୁଗୁଳ ସହର ବୁଢୀ ଠାକୁରାଣୀ ଛକ ନିକଟ ତଥା ଦଶହରା ପଡ଼ିଆ ସମ୍ମୁଖରେ ବାଳକ ଉଚ୍ଚ ବିଦ୍ୟାଳୟ କାନ୍ଥକୁ ଲାଗି ରହିଥିବା ଗଦି ଦୋକାନରେ ନିଆଁ ଲାଗି ତିନିଟି ଦୋକାନ ଜଳିଯାଇଛି। ନିଆଁ ଲାଗି ପାଖରେ ଥିବା ଆଉ ଏକ ଦୋକାନ ମଧ୍ୟ ଅଧା ପୋଡ଼ିଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି।

ସୂଚନା ମୁତାବକ, ଗତ ରାତି ୧.୩୦ ମିନିଟରେ ଗଦି ଦୋକାନରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡରେ ଏମ.ଡି ନସୁରଦିନ, ଏମ.ଡି ନଇଂମ, ଏମ.ଡି ଆଜାଦ ଏବଂ ଏମ.ଡି ଇରଫାନଙ୍କ ଦୋକାନ ଜଳି ପୋଡି ପାଉଁଶ ହୋଇଯାଇଛି। ନିଆଁ ଜଳୁଥିବା ଦେଖି ପୂଜା ବଜାରରେ ରାସ୍ତା କଡ଼ରେ ଶୋଇଥିବା କିଛି ଦୋକାନୀ ଦମକଳ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ପ୍ରାୟ ୬ ଲକ୍ଷ ଟଙ୍କାର ଗଦି ତକିଆ ପୋଡ଼ି ଯାଇଥିବା ଜଣାପଡ଼ିଛି।